pakka

ଟ୍ରକ ଧକ୍କାରେ ବ୍ୟବସାୟୀ ମୃତ

bbehera

ଅନୁଗୋଳ : ୫୫ ନମ୍ବର ଜାତୀୟ ରାଜପଥ ଅନୁଗୋଳ ହାଇସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏକ ଟ୍ରକ ଧକ୍କାରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହୁଲୁରିସିଂହ ଗାଁର ବିଶ୍ୱଜିତ୍ ନନ୍ଦ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିଲେ ବିଶ୍ୱଜିତ୍ । ଏହି ସମୟରେ ତାଙ୍କୁ ଏକ ଟ୍ରକ ଆସି ଧକ୍କା ଦେଇଥିଲା । ଯାହାଫଳରେ ବିଶ୍ୱଜିତ୍‌ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ସେପଟେ ବିଶ୍ୱଜିତ୍‌ଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିଲେ ଉତ୍ତେଜନା । ଦୁର୍ଘଟଣା ଘଟାଇଥିବା ଟ୍ରକରେ ନିଆଁ ଲଗାଇ ଦେଇଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସେପଟେ ମୃତଦେହକୁ ଅନୁଗୋଳ ମେଡିକାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.

3 − 2 =