କାନ୍ଥରେ ପିଟି ହେଲା କାର୍ : ୪ ମୃତ

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀମା ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିବାହ ଭୋଜି ଖାଇ ଫେରୁଥିବା ବେଳେ କାରଟି ଏକ ଘରର କାନ୍ଥରେ ପିଟି ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଥିଲା ଯେ, ଘରର କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । କାରଟି ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଛି । ଫଳରେ କାରରେ ଥିବା ୪ ସାଙ୍ଗଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ତିଗିରିଆ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛି ।

Leave A Reply

Your email address will not be published.

4 − four =