କ୍ରେନ୍‌ ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ମୃତ : ଦୁଇ ଗୁରୁତର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ତୁଷୁରା ରାସ୍ତାର ଡଙ୍ଗାପଥର ଗାଁ ନିକଟରେ ବାଇକକୁ ସାମ୍ନା ପଟରୁ ଧକ୍କାଦେଲା କ୍ରେନ୍‌ । ଯାହା ଫଳରେ ବାଇକରେ ଥିବା ତିନି ଯୁବକଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଯୁବକ ଜଣକ ବଲାଙ୍ଗିର ସହର ସାଗରପଡାର ହେମନ୍ତ ମନହୀରା ବୋଲି ଜଣା ପଡିଛି । ବଲାଙ୍ଗିର ସହରର ତିନି ଯୁବକ ତୁଷୁରା ନିକଟରେ ଥିବା ଉଡାଜାହାଜ ପଡିଆ ନିକଟରେ ରଂଗ କାମ କରି ଫେରୁଥିବା ସମୟରେ କ୍ରେନ୍‌ ଧକ୍କା ଦେଇଥିଲା । ଏବେ ବି ମୃତ ଯୁବକଙ୍କ ଶବ କ୍ରେନ୍‌ ତଳେ ଚାପି ହୋଇ ପଡିରହିଛି । କ୍ରେନ୍‌ର ମାଲିକ ଆସି ଥିବାରୁ କ୍ଷତିପୂରଣ ଦାବୀରେ ରାସ୍ତା ରୋକ କରୁଛନ୍ତି ସ୍ଥାନୀୟ ଲୋକେ । ସେପଟେ ଦେଓଗାଁ ଓ ତୁଷୁରା ପୋଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ।

Leave A Reply

Your email address will not be published.