ବଲାଙ୍ଗିର ଜିଲ୍ଲାରେ ଆଜି ୧୫ ଜଣ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରେ ୱାର୍ଡ ନଂ.୧୪ରୁ ୩, ୨୦ରୁ ୨ ଓ ୨୧ରୁ ଜଣେ ସଂକ୍ରମିତ ହୋଇଛନ୍ତି । ବେଲପଡ଼ା ବ୍ଲକ୍‌ ତେନ୍ତୁଲିମୁଣ୍ଡା ଗ୍ରା.ପ.ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୯ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୮ରୁ ୨ ଓ ୬ରୁ ୧, ସଇଁନ୍ତଲା ବ୍ଲକ୍‌ କେର୍‌ମେଲି ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୫ରୁ ୧ ଓ ତୁରେକେଲା ବ୍ଲକ୍‌ ତୁରେକେଲା ଗ୍ରା.ପ.ରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ମୋଟ୍‌ ୮୦୧୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୨୭୯ ଜଣ ଏବେ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.