ମେଦବହୁଳତା ହେତୁ ଏହି ଯୁବତୀଙ୍କୁ ୨୬ ବର୍ଷ ବୟସରେ ହୃଦଘାତ ହୋଇଥିଲା : ତିନି ବର୍ଷରେ ୯୪ କିଲୋଗ୍ରାମ ଓଜନ ହ୍ରାସ କଲେ

ଜର୍ଜିଆ : ଲୌରା କାଲବର୍ଟ କେବଳ କଠିନ ପରିଶ୍ରମ ଦ୍ୱାରା ନିଜର ଓଜନ ହ୍ରାସ କରିନାହାଁନ୍ତି ବରଂ ସେ ଏବେ ଜଣେ ସ୍ୱାସ୍ଥ୍ୟ ପ୍ରଶିକ୍ଷକ ମଧ୍ୟ ଯିଏ ଅନ୍ୟମାନଙ୍କୁ ଓଜନ ହ୍ରାସ କରିବାକୁ ଉତ୍ସାହିତ କରନ୍ତି । ସମୟ ଥିଲା ଯେତେବେଳେ ଲୌରା ୧୮୪ କିଲୋଗ୍ରାମ ଥିଲେ । କିନ୍ତୁ ସେ ହାର ମାନି ନଥିଲେ ଏବଂ ତିନି ବର୍ଷରେ ୯୪ କିଲୋଗ୍ରାମ ହ୍ରାସ କରିଛ‌ନ୍ତି ।

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ମେଦବହୁଳ । କିନ୍ତୁ ସେମାନଙ୍କ ମଧ୍ୟରୁ ବହୁତ କମ୍ ଲୋକ ଯେଉଁମାନେ ମୋଟାପଣ ହ୍ରାସ କରିବାକୁ କଠିନ ପରିଶ୍ରମ କରନ୍ତି । ଲୋକମାନେ ପ୍ରାୟତଃ ଅଭିଯୋଗ କରନ୍ତି ଯେ, ସେମାନେ ପତଳା ହେବାକୁ ଚାହାଁନ୍ତି । କିନ୍ତୁ ସେମାନଙ୍କର ସମୟ ଅଭାବ ଥାଏ ବ୍ୟାୟାମ କରିବାକୁ । ଏସବୁ ମଧ୍ୟରେ କିଛି ଲୋକ ନିଜକୁ ଉତ୍ସାହିତ କରନ୍ତି ଏବଂ ନିରନ୍ତର ସୁସ୍ଥ ରହିବାକୁ ଚେଷ୍ଟା କରନ୍ତି । ସେମାନଙ୍କର ପ୍ରୟାସ ମଧ୍ୟ ରଙ୍ଗ ଆଣିଥାଏ । ଜର୍ଜିଆର ଲୌରା କଲବର୍ଟଙ୍କ କାହାଣୀ ମଧ୍ୟ ଏହିଭଳି ।

ଲୌରା କହିଛନ୍ତି ଯେ, ସେ ସର୍ବଦା ଅଧିକ ଓଜନ ରହୁଥିଲେ । ସେ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିବା ବେଳକୁ ତାଙ୍କର ଓଜନ ପ୍ରାୟ ୯୦ କିଲୋଗ୍ରାମ ହୋଇଯାଇଥିଲା । ଏକ ସାକ୍ଷାତକାର ସମୟରେ ଲୌରା କହିଛନ୍ତି, କୌଣସି ବ୍ୟକ୍ତି ମୋର ବନ୍ଧୁ ନଥିଲେ ଏବଂ ମୋ ବାପାଙ୍କ ସହ ମୋର ସମ୍ପର୍କ ଭଲ ନଥିଲା । ତେଣୁ ମୁଁ ମାନସିକ ବିଷାଦର ଶିକାର ମଧ୍ୟ ହୋଇଥିଲି । ସେ ମଦ୍ୟପାନରେ ଅଭ୍ୟସ୍ତ ଥିଲେ ଏବଂ ବହୁ ପରିମାଣରେ ଫାଷ୍ଟଫୁଡ୍ ଖାଇବା ଆରମ୍ଭ କରିଥିଲେ । ଯାହା ଫଳରେ ଅସ‌ମ୍ଭାଳ ଓଜନ ବଢ଼ିଥିଲା ।

Leave A Reply

Your email address will not be published.