ଗାଁ ଲୋକଙ୍କ ସାହସିକତା : ଏଟିଏମ୍‌ ଲୁଟେରାକୁ ଧରି ପୋଲିସରେ ଜିମା ଦେଲେ

କନ୍ଧମାଳ : କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ପାବୁରିଆ ଠାରେ ଏଟିଏମ୍‌ ଲୁଟେରାକୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକେ । ସୂଚନାଯୋଗ୍ୟ ଯେ, ପାବୁରିଆ ଠାରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଏଟିଏମ୍‌ରେ ସଟର୍‌ ବନ୍ଦ କରି ଗ୍ୟାସ୍‌ କଟର୍‌ ମାଧ୍ୟମରେ ଏଟିଏମ୍‌କୁ ଭାଙ୍ଗୁଥିବା ବେଳେ ସେ ସମୟରେ ଏକ ଅଟୋ ଚାଳକ ଯାଉଥିଲା । ଏଟିଏମ୍‌ ଭିତରୁ ଶଦ୍ଦ ଶୁଭିଥିଲା । ଫଳରେ ଚାଳକଟି ପାଖରେ ଥିବା ଗାଁ ଲୋକଙ୍କୁ ଡାକି ସଟର୍‌ ଖୋଲି ଦେଖିବା ବେଳକୁ ହାବୁଡାରେ ପଡି ଯାଇଥିଲା ଲୁଟେରା । ପରେ ଗାଁ ଲୋକମାନେ ଲୁଟେରାକୁ ସେଠାରେ ନିସ୍ତୁକ ମାଡ ମାରି ପୋଲିସ ଜିମାରେ ଦେଇଥିଲେ । ଗାଁ ଲୋକଙ୍କ ଏହି ସାହସିକତା ଯୋଗୁଁ ତାଙ୍କୁ ବୁଦ୍ଧୀଜୀବୀ ମହଲରୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.