pakka

କୁମ୍ଭୀର ଆକ୍ରମଣରେ ମହିଳା ମୃତ

bbehera

ମହାକାଳପଡ଼ା : କୁମ୍ଭୀର ଆକ୍ରମଣରେ ଶନିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟ ୩ ଜଣ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାଶି ଗାଁ ୬ନଂ. ୱାର୍ଡର କୌଶଲ୍ୟା ମଣ୍ଡଳ(୪୨) । ତାଙ୍କ ସହିତ ମାଛ ଧରିବାକୁ ଯାଇଥିବା ଛବି ମଣ୍ଡଳ, ସୁଷମା ସର୍ଦ୍ଦାର ଓ ଝରଣା ମଣ୍ଡଳ କୁମ୍ଭୀର ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି । ସୁଷମାଙ୍କ କହିବା ଅନୁଯାୟୀ, ପ୍ରତିଦିନ ଭଳି ସେମାନେ ଜଙ୍ଗଲ ଭିତରେ ଥିବା ଯାନାଜୋରକୁ ମାଛ ଧରିବାକୁ ଯାଇଥିଲେ । ତାଙ୍କ ସହିତ ମିଶି କୌଶଲ୍ୟା ମାଛ ଧରୁଥିଲେ । ହଠାତ୍‌ ପଛରୁ ଏକ କୁମ୍ଭୀର ଆସି କୌଶଲ୍ୟାଙ୍କୁ ଗଭୀର ପାଣିକୁ ଟାଣି ନେଇଥିଲା । କିନ୍ତୁ ଆମେ ତାଙ୍କୁ କୁମ୍ଭୀର ମୁହଁରୁ ରକ୍ଷା କରିପାରିଲୁ ନାହିଁ ବୋଲି ସେ କହିଛନ୍ତି । ଗ୍ରାମବାସୀ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ।

jay balangir
Leave A Reply

Your email address will not be published.

thirteen − four =