pakka

ଅଘଟଣରେ ଦୁଇ ମୃତ

kalikesh

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ଥାନା ଅନ୍ତର୍ଗତ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତର ସର୍ଗିପାଲି ଗାଁର ଶରତ ସାହୁ(୧୮) ଓ ବଣ୍ଟି ପଧାନ (୨୦) କୌଣସି କାମରେ ବାଇକ ଯୋଗେ ସଇଁନ୍ତଲା ଆସିଥିଲେ । ସଇଁନ୍ତଲାରୁ ବାଇକରେ ଫେରିବା ବେଳେ ଜାତୀୟ ରାଜପଥ ୨୬ କନ୍ଧକେଲଗାଁ ବ୍ରିଜରେ ବାଇକ ଭାରସାମ୍ୟ ହରାଇ ବାଇକଟି ବ୍ରିଜ ତଳେ ଖସି ପଡ଼ିଥିଲା । ଫଳରେ ବାଇକ୍ ସହ ଦୁଇଜଣ ଯାକ ବ୍ରିଜ ତଳେ ଖସି ପଡିଥିବା ବେଳେ ଖବର ପାଇ ସଇଁନ୍ତଲା ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ଯୁବକଙ୍କୁ ସଇଁନ୍ତଲା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସଇଁନ୍ତଲା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

pp
Leave A Reply

Your email address will not be published.

seventeen − 11 =