jsm

୧୬ ପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

csstore

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କଂସର ପଞ୍ଚାୟତ କେଛୋମୁହାଁଣ ଗ୍ରାମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ୧୬ ପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଣ୍ଡପ ପରିସରରେ ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇ ସଂକୀର୍ତ୍ତନ ଓ ଘଣ୍ଟ ଶଙ୍ଖ ମାଧ୍ୟମରେ ଏକ ଶୋଭାଯାତ୍ରା ବାହାରି ସ୍ଥାନୀୟ ତେଲନଦୀକୁ ପହଂଚିଥିଲେ । ସେଠାରେ ମୁଖ୍ୟ ପଣ୍ଡିତ କୁଞ୍ଜ ବିଭାରୀ ମିଶ୍ରଙ୍କ ତତ୍ୱାବଧାନରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ୧୫୧ ଗୋଟି ପୂର୍ଣ୍ଣ ଜଳ କଳସ ଧରି ମଣ୍ଡପରେ ସ୍ଥାପନ କରିଥିଲେ । ଏଥିରେ ରାଧେ ବାଗ ଓ ତାଙ୍କ ଧର୍ମପତ୍ନୀ କେତକୀ ବାଗ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ବିନୋଦ ମିଶ୍ର ଓ ଶିବା ପାଣିଗ୍ରାହୀ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ନାମଯଜ୍ଞରେ କମିଟିର କର୍ମକର୍ତ୍ତା ହୀରାଧର ଗହୀର, ଦୁଃଖନାଶନ ବାଗ, ପ୍ରଦୀପ ବାଗ, ବୃନ୍ଦାବନ ଭୋଇ, ଦେବରାଜ ବାଗ, ହେମନ୍ତ ଭୋଇ, ଭୁବନେଶ୍ୱର ଭୋଇ, ଲଳିତ ଭୋଇ, ଇଶ୍ୱର ଭୋଇ, ପିତାମ୍ବର ବାଗ ସୁଜିତ ମେହେର, ସୁରେଶ ସାହୁ ସମେତ କମିଟିର ସଦସ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.