ପୋଖରୀରେ ବୁଡ଼ି ନାବାଳକ ମୃତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବେଲପଡ଼ା ଥାନା ପଣ୍ଡରିଯୋର ପଞ୍ଚାୟତ ମୁଣ୍ଡାପରା ଗାଁରେ ଏଭଳି ଘଟଣା ଘଟିଛି । ମୃତ ନାବାଳକ ଜଣଙ୍କ ହେଉଛନ୍ତି ସଦାନନ୍ଦ ମହାନନ୍ଦଙ୍କ ପୁଅ କରନ ମହାନନ୍ଦ(୧୨) । ସୂଚନା ଅନୁଯାୟୀ କରନ ଗାଁ ପାଖ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା ଯୋଗୁଁ ସେ ପାଣିରେ ବୁଡ଼ି ଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ପୋଖରୀ ଭିତରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଖବର ପାଇ ବେଲପଡା ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ଟରଖାନାକୁ ଆଣିଥିଲା । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

19 − 10 =