pakka

ପାଟଣା ରେଞ୍ଜ୍‌ରେ ଅଗ୍ନିକାଣ୍ଡ

kalikesh

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ୍‌ ଖିରେଇଟାଙ୍ଗୀରି ସେକ୍ସନର ବାଉଁଶୁଳି ଓ ରେଙ୍ଗାଳବେଡା ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । କେହି ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁ ଲାଗି ଶହ ଶହ ଆକାଶିଆ ଓ ପଟାସ ଗଛ ଜଳିପୋଡି ନଷ୍ଟ ହେଇଯାଇଛି । ଘଟଣାସ୍ଥଳରେ ବନ ବିଭାଗର ଫାୟାର ସ୍କ୍ଵାର୍ଡ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିଲେ । ନିଆଁର ପ୍ରକୋପ ତୀବ୍ର ଥିବାରୁ ସାରା ଜଙ୍ଗଲକୁ ନିଆଁ ବ୍ୟାପି ଯାଇଥିଲା ।

pp
Leave A Reply

Your email address will not be published.

five × one =