କାମ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍‌ ଲାଇନ୍‌ ପାଇପ୍‌ : ୨ ଶ୍ରମିକ ମୃତ, ୩ ଆହତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ସୁନାନଟି ବ୍ରିଜ ନିକଟରେ ଶନିବାର ଗ୍ୟାସ ଲାଇନ୍‌ ପାଇପ୍‌ ଫାଟିଯାଇଥିବା ଜଣାପଡିଛି । ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତ ଶ୍ରମିକ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି । ସମସ୍ତ ଶ୍ରମିକ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ, ଗତକାଲି ଅପରାହ୍ନରେ ସୁନାନଟି ବ୍ରିଜ ନିକଟରେ ଗ୍ୟାସ ପାଇପ ଲାଇନ୍‌ କାମ ଚାଲିଥିଲା । କମ୍ପ୍ରେସର ନଟ୍‌ ଟାଇଟ କରିବା ସମୟରେ ନଟ୍‌ଟି ଖସିଯାଇଥିଲା । ଫଳରେ ଗ୍ୟାସ ପାଇପ୍‌ ଭିତରେ ରହି କାମ କରୁଥିବା ୨ ଶ୍ରମିକ ଦୁର୍ଘଟଣାର ଶିକାର ହୋଇଥିଲେ । ସେହିଭଳି ମାଟି ବାହାର କରୁଥିବା ଅନ୍ୟ ୩ ଜଣ ଏଥିରୁ ବର୍ତ୍ତି ନ ଥିଲେ । ୫ ଜଣଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ମେଡିକାଲରେ ୩ ଜଣଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି ।

Leave A Reply

Your email address will not be published.

14 − six =

error: Content is protected !!