om academy

କାଜିବଜାରରେ ସିରିଜ ଦୁର୍ଘଟଣା : ୨ ଗୁରୁତର, ୧ ଆହତ

ସାଲେପୁର : କଟକ ଚାନ୍ଦବାଲି ରାସ୍ତାର କାଜିବଜାରରେ ସିରିଜ ଦୁର୍ଘଟଣା ଘଟି ୩ଟି ବାଇକ୍‌କୁ ପଛପଟୁ ଧକ୍କା ଦେଲା ଟାଟା ଏସି । ଏହି ଦୁର୍ଘଟଣାରେ ଦୁଇ ବାଇକ୍‌ ଚାଳକ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତରମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପାଗା ଫାଣ୍ଡି ପୋଲିସ ପହଞ୍ଚି ଟାଟା ଏସିକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.

sixteen − 7 =