ବଲାଙ୍ଗିରର ଛାତ୍ରୀ ସ୍ପର୍ଶା ମିଶ୍ରଙ୍କ କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଇଂରାଜୀ ବିଭାଗରେ ଅଧ୍ୟୟନରତ ପିଜି ଛାତ୍ରୀ ସ୍ପର୍ଶା ମିଶ୍ର(ଇଗ୍‌ଲୁ) ଇଂରାଜୀ ଡିବେଟ ପ୍ରତିଯୋଗିତା ‘ଭାଇସ ଚାନ୍‌ସେଲର କପ୍‌ ଇଂରାଜୀ ଡିବେଟ’ରେ ପ୍ରଥମ ସ୍ଥାନରେ ଉନ୍ନୀତ ହୋଇ ପୁରସ୍କୃତ ହୋଇଛନ୍ତି । ଇଂରାଜୀ ଡିବେଟ ବିଷୟ- Is technology killing human creativityରେ ଅନର୍ଗଳ ଇଂରାଜୀ ଭାଷାରେ ବକୃତା ଦେଇ ତାଙ୍କର ଅନନ୍ୟ ପ୍ରତିଭାର ପ୍ରଦର୍ଶନ କରିଥିଲେ । ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଗତ ଜାନୁଆରୀ ୨୬ ତାରିଖ ଦିନ ପୁରସ୍କୃତ କରାଯାଇଥିଲା । ସ୍ପର୍ଶା ମିଶ୍ର ବଲାଙ୍ଗିରର ବରିଷ୍ଠ ଟ୍ୟାକ୍ସ ଓକିିଲ ପିତବାସ ମିଶ୍ର ଓ ଶିକ୍ଷିକା ଶ୍ରୀମତୀ ବବିତା ନନ୍ଦଙ୍କ ଏକମାତ୍ର କନ୍ୟା । ପୂର୍ବରୁ ସ୍ପର୍ଶା ମିଶ୍ର ବହୁଳ ଭାବେ ବିଭିନ୍ନ ଡିବେଟ ଓ ଡ୍ୟାନ୍ସ ପ୍ରତିଯୋଗିତାରେ ପୁରସ୍କୃତ ହୋଇ ସାରିଛନ୍ତି । ତାଙ୍କର ବିଶିଷ୍ଟ ପ୍ରତିଭା ଦ୍ୱାରା ସେ ବଲାଙ୍ଗିର ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବେଶ ପରିଚିତ ।

Leave A Reply

Your email address will not be published.

4 × 5 =

error: Content is protected !!