ଏଣିକି ଏମ୍ଆର୍‌ପିରୁ ଅଧିକ ଦରରେ ମଦ ବିକ୍ରୀ କଲେ ଦୋକାନୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର, (ଦାମୋଦର ପଣ୍ଡା) : ଶେଷରେ ନିଦ ଭାଙ୍ଗିଲା ଅବକାରୀ ବିଭାଗର । ଏଣିକି ଏମ୍ଆରପିରୁ ଅଧିକ ଦରରେ ମଦ ବିକ୍ରୀ କଲେ ଦୋକାନୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତୀତ ଦୋକାନୀମାନେ ଗ୍ରାହକମାନଙ୍କ ପ୍ରତି ବିକ୍ରୀ ଉପରେ ରସିଦ ଦେବାକୁ ବାଧ୍ୟ । ଏ ବିଷୟରେ ଅବକାରୀ ବିଭାଗର ପ୍ରମୁଖ ସଚିବ ଏସ.କେ. ଲୋହାନୀ ସମସ୍ତ ଜିଲ୍ଲପାଳମାନଙ୍କୁ ଚିଠି ସଂଖ୍ୟା.୪୩୯୯ ତାରିଖ ୩୦-୯-୨୦ରେ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ଦୋକାନୀମାନେ ଚଢା ଦରରେ ମଦ ବିକ୍ରୀ କରୁଥିବା ଅଭିଯୋଗ ହୋଇ ଆସିଥିଲା ଓ ବେଳେ ବେଳେ ଛୋଟ ବଡ଼ ଗଣ୍ଡଗୋଳ ହେଉଥିଲା । ମଦ ପିଇବା ଏକ ସାମାଜିକ ସମସ୍ୟା ହୋଇଥିବାରୁ ଲୋକେ ଖୋଲାଖୋଲି ବିରୋଧ କରି ପାରୁ ନଥିଲେ । ତେବେ ବାସ୍ତବରେ ଏହା କେତଦୂର କାର୍ଯ୍ୟକାରୀ ହେବ, ତାହା ସମୟ କହିବ ।

Leave A Reply

Your email address will not be published.