ପଦ୍ମପୁରରେ ଗାନ୍ଧୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ସଦର ମହକୁମା ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଅଛି । ଏହି ଉପଲକ୍ଷେ ଉପଖଣ୍ତ ପ୍ରଶାସନ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପଦ୍ମପୁର ସହର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ ତଥା ଅନ୍ୟାନ୍ୟ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରା ଯାଇଥିଲା ।

କୋଭିଡ – ୧୯ ନିୟଣାବଳୀ ଅନୁପାଳନ ସହିତ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଓଡିଶା ଅର୍ବାନ୍ ହାଉସିଂ ମିଶନ ,ଗୃହ ଓ ନଗର ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପ୍ରସ୍ତାବିତ କାର୍ୟ୍ୟକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି, ଉପଖଣ୍ତ ପୋଲିସ ଆରକ୍ଷୀ ଅଧିକାରୀ ପ୍ରଦୀପ କୁମାର ସାହୁ, ଆଇଆଇସି ପଦ୍ମପୁର ମାନସ ରଞ୍ଜନ ପ୍ରଧାନ, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।

ଏହି ଅବସରରେ ଜନ ସଚେତନତା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ୟ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁଙ୍କ ସଂଯୋଜନାରେ ଏକ ସାଇକେଲ ରେଲି ଅନୁଷ୍ଠିତ ହୋଇଥିଲା । ଏହି ସାଇକେଲ ରେଲି ରେ ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ତଥା କର୍ମଚାରୀମାନେ ଅଂଶଗ୍ରହଣ କରି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।

ଗାନ୍ଧୀ ଜୟନ୍ତୀ ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ଚିକିତ୍ସାଳୟ ପରିସର, ଆହାର କେନ୍ଦ୍ର ପରିସର ଓ ଭେଉଁରିଆ ଛକରେ ସଫେଇ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ସମସ୍ତ କାର୍ୟ୍ୟକ୍ରମ ପରିଚାଳନାରେ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.