ପ୍ରତ୍ୟେକ ଗାଁକୁ ରାସ୍ତା, ଘରକୁ ପାଇପ୍ ପାଣି ମିଶନରେ ନରସିଂହ : ମାକରଚୁଆଁରେ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର

  • ବରକାନି-ଅଏଁଲାଚୁଆ-ଆଟଗାଁ ରାସ୍ତା ହେବ ନିର୍ମାଣ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତ୍ୟେକ ଗାଁକୁ ରାସ୍ତା, ଗାଁର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ମିଶନ ଭାବେ ନେଇଛନ୍ତି । ଆଜି ଏହି ତାଲିକାରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବରକାନି ପଞ୍ଚାୟତର ମାକରଚୁଆଁ ଗ୍ରାମ ଯୋଡି ହୋଇଛି । ଆଜିି ଅପରାହ୍ନରେ ମାକରଚୁଆଁ ଠାରେ ଜଳ ଜିବନ ମିଶନ କାର୍ୟ୍ୟକ୍ରମ ଅନ୍ତର୍ଗତ ଗାଁକୁ ଗାଁ ପିଇବା ପାଣି ଯୋଗାଇବା ପାଇଁ ମାକରଚୁଆଁ ଠାରେ ୮୮ଲକ୍ଷ ୪୪ହଜାର ୯୧୨ ଟଙ୍କାର ଏକ ପାଇପ ଯୋଗେ ଘରକୁ ଘର ପିଇବା ପାଣି ଯୋଗାଇବା ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଇଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ହେବାକୁ ଥିବା ଏହି ଭିତ୍ତିପ୍ରସ୍ତର ସଭାରେ ଅଧିକ୍ଷଣ ଯନ୍ତ୍ରୀ ବିପିନ ବିହାରୀ ଦାଶ, ଉପ-ନିର୍ବାହୀଯନ୍ତ୍ରୀ ପ୍ରମୋଦ କୁମାର ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଅଶୋକ ଭୁୟାଁ, ରାଜ୍ୟ କଂଗ୍ରେସ ସଂପାଦକ ଉମା ଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଗ୍ରାମବାସୀ ଶ୍ରୀ ମିଶ୍ରଙ୍କୁ ଗାଁରେ ଥିବା ବନ୍ଧ ପାଇଁ ଘାଟ ନିର୍ମାଣ ପାଇଁ ଅନୁରୋଧ କରିବା ସହ ଗାଁରେ ରହୁଥିବା ଆଦିବାସୀ ଭୂମିହୀନ ମାନେ ଚାଷ ଜମି ପାଇଁ ଦାବୀ ଜଣାଇଥିଲେ । ଉତ୍ତରରେ ଶ୍ରୀ ମିଶ୍ର ନିଜ ପାଣ୍ଠିରୁ ଦୁଇଟି ଗାଧୁଆ ତୁଠ ନିର୍ମାଣ ପାଇଁ ଅନୁଦାନ ଦିଆଯିବ ବୋଲି ଘୋଷଣା କରିଥିଲେ । ପରେ ନାରାୟଣପୁର ଗ୍ରାମରେ ପହଂଚି ସେଠାରେ ଥିବା ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜମି ଚିହ୍ନଟ କରାଯାଇଥିଲା ଏବଂ ଆଗାମୀ କିଛି ମାସ ଭିତରେ ଏହି ଗ୍ରାମକୁ ମଧ୍ୟ ଘରକୁ ଘର ପାଇପ ଯୋଗେ ପିଇବା ପାଣି ପହଞ୍ଚାଯିବ ବୋଲି ଘୋଷଣା କରିଥିଲେ । ଗାଁକୁ ଗାଁ ରାସ୍ତା କାର୍ୟ୍ୟକ୍ରମରେ ମାକରଚୁଆଁ ଗ୍ରାମକୁ ସଂଯୋଗ କରିବା ପାଇଁ ବରକାନି ଠାରୁ ବରପଦର, ଅଇଁଲାଚୁଆ ଦେଇ ଆଟଗାଁ ପିଡବ୍ଲୁଡି ରାସ୍ତା ପର୍ୟ୍ୟନ୍ତ ରାସ୍ତା ସଂଯୋଗୀକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ବୋଲି ଅଏଁଲାଚୁଆରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଶ୍ରୀ ମିଶ୍ର ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ତାସହ ଖୁବ ଶୀଘ୍ର ଏହି ଗ୍ରାମକୁ ମଧ୍ୟ ପାଇପଯୋଗେ ପିଇବା ପାଣି କାର୍ୟ୍ୟକ୍ରମରେ ଯୋଡାଯିବ ବୋଲି ଘୋଷଣା କରିଥିଲେ । ଏହି ସମସ୍ତ କାର୍ୟ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ବିଧାୟକଙ୍କ ପ୍ରତିନିଧି କିଶୋର ସିଂ ନିନା, ଖୁଜେନପାଲି ସରପଞ୍ଚ ସତ୍ୟବାନ ସାହୁ, କାର୍ତ୍ତିକ ପୁଟେଲ, କୁଶ ବାଗ, କମଳା ହୋତା, ସୌମିତ୍ରୀ ମିର୍ଦ୍ଧା, ଆକୁଳ ମଲ୍ଲିକ, ନରେନ୍ଦ୍ର ବିଶ୍ୱାଲ, ନାରାୟଣ ଭୋଇ, ତବେଶ୍ୱର ସାହୁ, କାହ୍ନୁ ପ୍ରଧାନ, ଉମେଶ ଭୋଇ, ଶରତ ଚନ୍ଦ୍ର ଭୋଇ, ଧୃବ ପ୍ରସାଦ ସାହୁ, ଅଜୁ ବିଶ୍ୱାଲ, ମୋହନ ନନ୍ଦ ଓ ଲକ୍ଷ୍ମୀ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

11 + four =