csstore

ମହିଳା ଶକ୍ତି ସଂଗଠନ ତରଫରୁ ଅସହାୟ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବେଲପଡା, (କରୁଣାକର ବୁଡ଼େକ) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଧୂମାଭଟା ପଞ୍ଚାୟତର ବିଭିନ୍ନ ଗାଁରେ ମହିଳା ଶକ୍ତି ସଂଗଠନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବେଲପଡା ବ୍ଲକ ଦାୟିତ୍ୱରେ ଥିବା ଯୋଗୀନ୍ଦ୍ର ବୁଡ଼େକ ଓ ଖଗେଶ୍ୱର ବୁଡ଼େକଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ବଣ୍ଟନ କାର୍ୟ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଭାପତି ଗୋପାଳ ଚନ୍ଦ୍ର ମିଶ୍ର, ପାଟଣାଗଡ଼ ମହାସଚିବ ବନମାଳି କୁମ୍ଭାର, ଜିଲ୍ଲା ଉପ ସଭାପତି ବୈଷ୍ଣବ ଦଳେଇ, ଗୁଣନିଧି ଦନ୍ତା, ମୋତିଲାଲ ମେହେର, ବିଘ୍ନେଶ୍ୱର ମାଝୀ, ଲିପ୍‌ସାମୟୀ ନାୟକ, ପ୍ରଭାତୀ ଭୋଇ, ଜାନକୀ ନାଏକ, ସବିତା ସାହୁ, ସୁନୀତି ଭିତରିଆ, ପୂର୍ଣମୀ ବୁଡ଼େକ, କୁମ୍ଭବତୀ ସାହୁ, ରାଜମତି ବୁଡ଼େକ ପ୍ରମୁଖ ଉପସ୍ଥିତ ରହି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ପଂଚାୟତର ହଟକଟ, ଖଲଖଲି, ଧୂମାଭଟା, ଜଲିଆ ଆଦି ଗାଁ ମାନଙ୍କର ପ୍ରାୟ ୯୦ ଜଣ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା ।

jayashree
Leave A Reply

Your email address will not be published.