ଧାନକିଣା ପାଇଁ ଦୁଇ ଦିନର ମହଲତ ନେଲେ ଜିଲ୍ଲା ଯେଗାଣ ଅଧିକାରୀ : ଅନ୍ଦୋଳନ ଦୁଇ ଦିନ ପାଇଁ ସ୍ଥଗିତ ରଖିଲା କିଷାନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଧାନକିଣାରେ ଅବହେଳା ଓ ଦୁର୍ନୀତିକୁ ବିରୁଦ୍ଧରେ ଜିଲ୍ଲା କିଷାନ କଂଗ୍ରେସ ବିକ୍ଷୋଭ ପ୍ରଦେର୍ଶନ କରିବା ସହ ଜୁନ ୨୮ ସୁଦ୍ଧା ଜିଲ୍ଲାର ସମସ୍ତ ଚାଷୀଙ୍କ ଧାନ କିଣା ନଗଲେ ୨୯ରେ ଜିଲ୍ଲାପାଳ ଅଫିସ ଘେରାଉ କରିବା ପାଇଁ ଚେତାବନୀ ଦେଇଥିଲା । କିନ୍ତୁ ଆଜି ଜିଲ୍ଲା ଯୋଗାଣ ଅଧିକାରୀ କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କୁ ଯୋଗେଯାଗ କରି ଜିଲ୍ଲାର ସମସ୍ତ ଚାଷୀଙ୍କ ଧାନ କିଣି ନେବା ପାଇଁ ଆଉ ଦୁଇ ଦିନର ସମୟ ଦେବାକୁ ଅନୁରୋଧ କରିଥିଲେ । ଜିଲ୍ଲାରେ ଖୁବ କମ ଚାଷୀଙ୍କ ଧାନ କିଣା ବାକି ଥିବା ବେଳେ ଆସନ୍ତା ଦୁଇ ଦିନରେ ଜିଲ୍ଲା ଯୋଗାଣ ବିଭାଗ ସମସ୍ତ ଧାନ କିଣି ନେବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ଯୋଗାଣ ଅଧିକାରୀଙ୍କ ନିର୍ଭର ପ୍ରତିଶୃତି ଓ ଅନୁରୋଧ କ୍ରମେ ଜିଲ୍ଲା କିଷାନ କଂଗ୍ରେସ ଏହି ଦୁଇ ଦିନ ପାଇଁ ଆନ୍ଦୋଳନକୁ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ତେବେ ଉକ୍ତ ଦୁଇ ଦିନରେ ଚାଷୀଙ୍କ ଧାନ କିଣା ନଗଲେ ଜୁଲାଇ ୧ରେ ପୁଣି ଅନ୍ଦୋଳନ କରିବା ନେଇ କିଷାନ କଂଗ୍ରେସ ସୂଚାଇ ଦେଇଛି ।

Leave A Reply

Your email address will not be published.

7 − five =