ମିଶନ ଶକ୍ତି ସହାୟତାରେ ଭୀମ ଭୋଇ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ବିଶେଷ ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ବର୍ତ୍ତମାନ ମିଶନ ଶକ୍ତି ସହାୟତାରେ ରୋଗୀଙ୍କ ସମ୍ପର୍କୀୟଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଏଣିକି ରୋଗୀଙ୍କ ସମ୍ପର୍କୀୟମାନେ ଆଉ ହଇରାଣ ହେବେନାହିଁ । ବିଶ୍ରାମ ନେବା ପାଇଁ, ଗାଧୋଇବା ପାଇଁ ତଥା ପିଇବାପାଣି ପାଇବାକୁ ଏବଂ ସ୍ୱଚ୍ଛ ଟଏଲେଟ ବ୍ୟବହାର କରିବାକୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ନିମନ୍ତେ ଅଣ୍ଟା ଭିଡ଼ିଛି ମାହେଶ୍ୱରୀ ସ୍ୱଂୟ ସହାୟକ ଗୋଷ୍ଠୀ । ଏହି ବ୍ୟବସ୍ଥାର ପରିଚାଳନା ଦାୟିତ୍ୱ ଗ୍ରହଣ କରି ସହରର ଟିକ୍ରାପଡ଼ା ମାହେଶ୍ୱରୀ ସ୍ୱଂୟ ସହାୟକ ଗୋଷ୍ଠୀ ବେଶ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏବେ ସ୍ୱଳ୍ପ ରକ୍ଷଣା ବେକ୍ଷଣ ଫି’ ଦେଇ ରୋଗୀଙ୍କ ସମ୍ପର୍କୀୟମାନେ ବିଶେଷ ସୁବିଧା ପାଇପାରିବେ । ରୋଗୀ ପାଖରେ ଭିଡ଼ କମ୍‌ କରିବା ପାଇଁ ଏହି ପ୍ରୟାସ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.

14 + 13 =