ବାଦୀପଡା-ସଇଁନ୍ତଲା ବ୍ରିଜ ନିର୍ମାଣ ଦାବୀରେ ଜାତୀୟ ରାଜପଥ ଅବରୋଧ କଲେ ଅଂଚଳବାସୀ : ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ବାଦୀପଡା-ସଇଁନ୍ତଲା ବ୍ରିଜ ନିର୍ମାଣ ଦାବୀରେ ଜାତୀୟ ରାଜପଥ-୨୬ ଡାକ ବଙ୍ଗଳାଠାରେ ରାସ୍ତା ଅବରୋଧ କରାଯାଇଥିଲା । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇ ବନ୍ଦ ହୋଇ ପଡିଥିଲା । କୋଶଲ ସମନ୍ୱୟ ସମିତି ସଇଁନ୍ତଲା ଶାଖା ପକ୍ଷାୁ କରାଯାଇଥିବା ଜଳ ସତ୍ୟାଗ୍ରହ ପରେ ବି ପ୍ରଶାସନ ପହଂଚି ନ ଥିବା ବେଳେ ଶେଷରେ ଲୋକେ ବାଧ୍ୟ ହୋଇ ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଘଟଣା ସ୍ଥାନରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ଖୁବଶୀଘ୍ର ବ୍ରିଜ ସମ୍ପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ବିଡ଼ିଓ ଚନ୍ଦ୍ରମଣି ନାଗ ଓ ତହସିଲଦାର ସୁରେନ୍ଦ୍ର ମେହେରଙ୍କ ଜରିଆରେ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଛି । ତେବେ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି । ଯଦି ଆଗାମୀ ଦିନରେ ଖୁବଶୀଘ୍ର ବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ ନ ହେବ, ତେବେ ପୁଣିଥରେ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଆଜି ଜଳ ସତ୍ୟାଗ୍ରହରେ ବସିଛି କୋଶଲ ସମନ୍ୱୟ ସମିତି ସଇଁନ୍ତଲା ଶାଖା । ବହୁ ସଂଖ୍ୟାରେ କୋଶଲ ସଂଗ୍ରାମୀମାନେ ଆଜି ଏଭଳି ଶୀତୁଆ ପାଗରେ ମଧ୍ୟ ଜଳ ସତ୍ୟାଗ୍ରହରେ ଭାଗ ନେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବଳିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ ମଧ୍ୟ ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି ।

Leave A Reply

Your email address will not be published.

16 − 13 =