ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ସଂକ୍ରମିତ ହେଲେ

ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏନେଇ ରାଜନାଥ ସିଂହ ଟ୍ୱିଟ କରି ଜଣାଇବା ସହ ନିଜକୁ ସଙ୍ଗରୋଧ ରଖିଥିବା କହିଛନ୍ତି । ଏହାସହ ତାଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ସେ ଜଣାଇଛନ୍ତି । ସେ କରିଥିବା ଟ୍ୱିଟରେ ଲେଖାଯାଇଛି କି, ମୁଁ ଆଜି ସାମାନ୍ୟ ଲକ୍ଷଣ ସହିତ କରୋନା ଆକ୍ରାନ୍ତ ହୋଇଛି । ମୋର ରିପୋର୍ଟ ପଜିଟିଭ୍‌ ଆସିଛି । ରିପୋର୍ଟ ପଜିଟିଭ୍‌ ଆସିବା ପରେ ମୁଁ ନିଜକୁ ଘରେ ସଙ୍ଗରୋଧ କରିରଖିଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ସଙ୍ଗରୋଧ କରନ୍ତୁ ଏବଂ କରୋନା ପରୀକ୍ଷା କରାଇନିଅନ୍ତୁ ।

Leave A Reply

Your email address will not be published.

8 − eight =