ଢେଙ୍କାନାଳ ରାଜଉଆସରେ ପସିଲା କରୋନା : ରାଜାରାଣୀଙ୍କ ସହିତ ଯୁବରାଜ ଆକ୍ରାନ୍ତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସହରସ୍ଥିତ ଦୁର୍ଗା ବଜାର ରାଜବାଟିକୁ ପଶିଛି କରୋନା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜା କାମାକ୍ଷା ପ୍ରସାଦ ସିଂହଦେଓ, ତାଙ୍କ ପତ୍ନୀ ରାଣୀ ସାବିତ୍ରୀ ଦେବୀ ଓ ପୁତ୍ର ଯୁବରାଜ ଅମରଜ୍ୟୋତି ସିଂହଦେଓ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ଏବଂ ତାଙ୍କ ଧର୍ମପତ୍ନୀ ଦିଲ୍ଲୀରୁ ଫେରି ଆଣ୍ଟିଜେନ ଟେଷ୍ଟ ପରେ ପଜିଟିଭି ଥିବା ଜଣାପଡିଛି । ଅନ୍ୟପଟେ ଘରେ ଥିବା ପୁତ୍ର ଅମର ଜ୍ୟୋତି ସିଂହଦେଓ ୨ଦିନ ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିଲେ । ବାପା, ମା ଏବଂ ପୁଅ ସମସ୍ତ ଆକ୍ରାନ୍ତ ନିଜ ରାଜବାଟି ଘରେ ସଙ୍ଗରୋଧରେ ଥିବା ଜଣାପଡିଛି । ପରିବାରର ୩ଜଣ ଆକ୍ରାନ୍ତ ସୁସ୍ଥ ଥିବା ରାଜବାଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

four × five =