ବିଧାୟକଙ୍କ ଦ୍ୱାରା ଭତ୍ତାବଣ୍ଟନ ସମାରୋହ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ଵାରା ନୂତନ ଭାବେ ପାଇବାକୁ ଥିବା ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ଅବିବାହିତ ଭତ୍ତା ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଚେୟାରମେନ ଅନ୍ନୁ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଯୋଗ ଦେଇଥିଲେ । ଉକ୍ତ ସମାରୋହରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଯଥା ତୁରେକେଲା ଗ୍ରା.ପ. ସରପଞ୍ଚ କୁନ୍ତୀ ସୁନା, ଝରଣୀ ଗ୍ରା.ପ. ସରପଞ୍ଚ ପ୍ରେମଲତା ମେହେର ଓ ସମିତି ସଭ୍ୟ କୌଶିକ ମେହେର, ଘୁନେଶ ଗ୍ରା.ପ. ସରପଞ୍ଚ ଛବିଳ ଭୋଇ ଓ ସମିତି ସଭ୍ୟ କୈବଲ୍ୟ ଭୋଇ, ବଡବାଙ୍କି ଗ୍ରା.ପ. ସରପଞ୍ଚ କୁଶ ଦ୍ୱଜ ମାଝି, ହଲନଭଟା ଗ୍ରା.ପ. ସରପଞ୍ଚ ବଂଶି ତାଣ୍ଡି ଓ ସମିତି ସଭ୍ୟ ଅମୃତ କାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nineteen + 11 =