ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ର ସହାୟକ କମାଣ୍ଡେଣ୍ଟ ଶ୍ରୀମତୀ ନୀନା ଶର୍ମାଙ୍କ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ପାଇକମାଲ ଅଂଚଳର ସିଆରପିଏଫ୍‌ ୧୮୯ ବାହିନୀ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରାଯାଇଛି । ନୃସିଂହନାଥ କ୍ରିକେଟ୍‌ କ୍ଲବ୍‌ ଦ୍ୱାରା ଅନୁଷ୍ଠିତ ୫ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବରଗଡ଼ ଏବଂ ବଲାଙ୍ଗିର ଜିଲ୍ଲାର ସମୁଦାୟ ୩୨ଟି ଦଳ ଭାଗ ନେଇଥିବା ବେଳେ ଶେଷ ଦିନରେ ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ଟିମ୍‌ଙ୍କୁ ବନ୍ଧୁତ୍ୱ ମ୍ୟାଚ୍‌ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଏହି ମ୍ୟାଚ୍‌ରେ ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ର ସହାୟକ କମାଣ୍ଡେଣ୍ଟ ଶ୍ରୀମତୀ ନୀନା ଶର୍ମା ଉପସ୍ଥିତ ରହିଥିଲେ । କ୍ରିକେଟ ଖେଳ ସମାପ୍ତ ହେବା ପରେ ଯୁବ ଖେଳାଳିମାନଙ୍କୁ ସେ ସମ୍ବୋଧିତ କରିବା ସହ ଖେଳ ଚିନ୍ତନ ସହ ରାଷ୍ଟ୍ର ଚିନ୍ତନ ପାଇଁ ଯୁବ ବର୍ଗ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ନୃସିଂହନାଥ ସ୍ଥିତ ପାଇକ୍‌ମାଲ୍‌ ଆୟୁର୍ବେଦିକ କଲେଜର ଏନ୍‌ଏସ୍‌ଏସ୍‌ ପକ୍ଷରୁ ବରତୁଣ୍ଡା ଗ୍ରାମରେ ଏକ ଜନଜାଗରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ‘ବେଟି ବଚାଓ, ବେଟି ପଢ଼ାଓ’ କାର୍ଯ୍ୟକ୍ରମରେ ସହାୟକ କମାଣ୍ଡେଣ୍ଟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଓ ସଂପୃକ୍ତ ବିଷୟବସ୍ତୁ ସଂପର୍କରେ ବିଶେଷ ଆଲୋଚନା କରିଥିଲେ ।

Leave A Reply

Your email address will not be published.

4 × 5 =