ମାଇକ୍ରୋ କମ୍ପୋଜିଟ ସେଂଟରରେ ନିୟୋଜିତ ଥିବା ଏସଏଚଜି ମହିଳାଙ୍କୁ ଶୁଖିଲା ଖାଦ୍ୟ ବଂଟନ

କଂଟାବାଂଞ୍ଜି, (ମନିଶ କୁମାର ହଂସ) : କଂଟାବାଞ୍ଜି ଏନଏସିଦ୍ୱାରା ପରିଚାଳିତ ମାଇକ୍ରୋ କମ୍ପୋଜିଟ ସେଂଟରରେ ନିୟୋଜିତ ଥିବା ଏସଏଚଜି ମହିଳାମାନଙ୍କୁ ଶୁଖିଲା ଖାଦ୍ୟ ଦେଇ ସୋମବାର ଦିନ ସମ୍ମାନିତ କରାଯାଇଛି । ସହରର ଅଳିଆ ଆବର୍ଜନାକୁ ଗୋଟାଇ ମହିଳାମାନେ ସେଂଟରରେ ମହଜୁତ କରୁଛନ୍ତି ଯାହା ଏନଏସି ଦ୍ୱାରା ସାର ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରୁଛି । ଏହି ସ୍ୱଛ ଭାରତ ସ୍ୱଛ କଂଟାବାଂଜି ଅଭିଯାନରେ ସାମିଲ ଥିବା ମହିଳାମାନେ ନିୟୋଜିତ ହେବା ଦିନଠାରୁ ତାଙ୍କ ଦରମା ପ୍ରାପ୍ୟ ପାଇ ପାରି ନ ଥିବା ବେଳେ ମହାମାରୀ ସମୟରେ ପରିବାର ଭରଣ ପୋଷଣ କରିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜେଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସ ସମସ୍ତ ମହିଳାମାନଙ୍କୁ ଶୁଖିଲା ଖାଦ୍ୟ ସୋମବାର ଦିନ ସହାୟତା ଦେଇଛନ୍ତି ।

Leave A Reply

Your email address will not be published.

two × three =