jsm

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଅନୁଷ୍ଠିତ

csstore

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଥାନା ସମ୍ମୁଖରେ ଥିବା ସ୍ଥାନୀୟ ମିଶନ ଶକ୍ତି ବଜାର ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ସିଡିଭିଓ ବଲାଙ୍ଗିର ସାରଦା ପ୍ରସାଦ ସିଂ ବରିହା, ବଲାଙ୍ଗିର ଡିଏଫ୍ଓ ପ୍ରଫୁଲ୍ଲ କହଁର, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାଏକ, ବ୍ଲକ ଉପାଧ୍ୟକ୍ଷା ଜଗତ ରାମ ରଣା, ଜିଲ୍ଲା ପରିଷଦ ଶ୍ରୀମତୀ ଗୀତା ବିଶି, ସଞ୍ଜୟ ବେହେରା, ଶ୍ରୀମତୀ ଟିକି ପୋଢ଼, ବ୍ଲକ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ ମଞ୍ଚାସୀନ ଥିଲେ । ପ୍ରଥମେ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ସଫଳ ଚାଷୀ ଗୋପାଳକ, କୁକୁଡ଼ା ଚାଷରେ ସଫଳତା ହାସଲ କରିଥିବା ଚାଷୀ ତଥା ଏସ୍‌ଏଚ୍‌ଜି ଗ୍ରୁପ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ମେଳାରେ ବିଭିନ୍ନ ପ୍ରକାରର କୃଷି ସମ୍ବନ୍ଧିତ ଷ୍ଟଲ୍‌ଗୁଡ଼ିକ ଲଗା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ପ୍ରାଣୀ ଚିକିତ୍ସକ ପ୍ରମୋଦ ଭୋଇ ଓ ଅନ୍ୟ କର୍ମଚାରୀମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.