mahavir

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ୱଭାବକବି ଗଙ୍ଗ।ଧର ମେହେର ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ୱଭାବକବି ଗଙ୍ଗାଧର ମେହେର ଜୟନ୍ତୀ ଓ କବିତା ପାଠଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସେକ୍ଟର-୭ ସ୍ଥିତ କାର୍ଯ୍ୟଳୟଠାରେ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ବିଶିଷ୍ଠ ଶିକ୍ଷାବିତ ଓ ପ୍ରାକ୍ତନ ଅଧ୍ୟକ୍ଷା ଡକ୍ଟର କିଶୋରୀ ଦାଶ ଓ ସମ୍ମାନିତ ଅତିଥିଭାବେ କଲଚରାଲ ଏକାଡେମୀ, ରାଉରକେଲାର ସଭାପତି ପଶୁପତିନାଥ ଚାଟ୍ଟାର୍ଜୀ ଯୋଗଦେଇଥିଲେ । ଏହା ସହିତ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ଓ ଶିକ୍ଷାବିତ ଡକ୍ଟର ଅଶ୍ୱିନୀ କୁମାର ରାୟ ଯୋଗଦେଇ “ସମାଜ ଗଠନରେ ପ୍ରକୃତିର ମନ୍ମୟ ଚିତ୍ରକର : ସ୍ୱଭାବକବି ଗଙ୍ଗ।ଧର ଶୀର୍ଷକରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଡକ୍ଟର ଦାଶ ଗଙ୍ଗାଧର ସାହିତ୍ୟର ପ୍ରାସଙ୍ଗିଗତା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ଚାଟ୍ଟାର୍ଜୀ ପ୍ରକୃତିର ପୂଜାରୀ ଗଙ୍ଗାଧରଙ୍କ କାବ୍ୟଚେତନା ସମ୍ପର୍କରେ ଆଲୋକପାତ କରିଥିଲେ । ସଂସଦର ସଦସ୍ୟା ମଞ୍ଜୁଳା କୁମାରୀ ରଥ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉପସଭାପତି ରଶ୍ମିବାଳା ରାଉତରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ସଂସଦର ସାଧାରଣ ସଂପାଦକ ମନୋଜ ନନ୍ଦ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଏହି ଅବସରରେ ପୂର୍ବରୁ ହୋଇଥିବା ମେହେର କବିତା ଆବୃତି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବରିଷ୍ଠ ସାମ୍ୱାଦିକ ସ୍ୱର୍ଗତ ଦେବେନ୍ଦ୍ର ନାରାୟଣ ପତି ଓ ସ୍ୱର୍ଗତ ପଞ୍ଚାନନ ସେଠୀଙ୍କ ସ୍ମୃତିରେ ଏହି ପୁରସ୍କାରଗୁଡ଼ିକୁ ଅତିଥିମାନେ ପ୍ରଦାନ କରିଥିଲେ । ସଭାର ପାରମ୍ଭରେ କବି ସୁଚିତ୍ରା ଲେଙ୍କା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମରଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠା କବି ଡଲିରାଣୀ ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଏକ ମନୋଜ୍ଞ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କବି କବି ସୁଶାନ୍ତ କୁମାର ନାୟକ ଏବଂ କବୀ ଅର୍ଚ୍ଚନା ପାତ୍ରଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମର ସହରର ବିଭିନ୍ନ ବର୍ଗର କବିମାନେ ସ୍ୱରଚିତ କବିତାମାନ ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ତ୍ରିଲୋଚନ ମଥାନ, ହରମୋହନ ମିଶ୍ର, ରଘୁବର ଧଳ, ସୁମିତ୍ରା ମିଶ୍ର, ସତ୍ୟବ୍ରତ ଦାସ, ବ୍ରଜେନ୍ଦ୍ର ଦାଶ, ବ୍ରଜବିହାରୀ ଦାଶ, କଳ୍ପନା ନନ୍ଦ, ଦିବାକର ଦାସ, ଦୀପ୍ତି ମହାନ୍ତି, ପୁଷ୍ପାରାଣୀ ପଟେଲ୍, ପ୍ରଶାନ୍ତ କୁମାର ପତି, ଶ୍ରୀଧର ସୁନା, ଗୀତାରାଣୀ ବେହେରା, ଚିତ୍ତରଞ୍ଜନ ବ୍ରହ୍ମା, ସୁମିତ୍ରା ବାରିକ, ଗୌତମ ଦାସ, ଅଜୟ କୁମାର ମହାନ୍ତି, ଜଗନ୍ନାଥ ରାଉତ, ସୁକାନ୍ତୀ ନାଏକ, ପ୍ରକାଶ ଚନ୍ଦ୍ର ସେଠୀ, ନିକୁଞ୍ଜ ବିହାରୀ ଦାଶ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ କବି ଉପେନ୍ଦ୍ର କୁମାର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.