ମାଟ୍ରିକ୍ ଅଫଲାଇନ ପରୀକ୍ଷା ଜୁଲାଇ ୩୦ରୁ ଆରମ୍ଭ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମାଟ୍ରିକ୍ ଅଫଲାଇନ ପରୀକ୍ଷା ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟକ ଦିନ ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ । ହେଲେ କେବଳ ଗଣିତ ପରୀକ୍ଷା ୧୨ଟା ୧୫ ପର୍ଯ୍ୟନ୍ତ ଚାଲିବ । ଏନେଇ ବୋର୍ଡ ପକ୍ଷରୁ ଟାଇମ୍‌ଟେବୁଲ୍ ପ୍ରକାଶ ପାଇଛି । ଅଫ୍‌ଲାଇନ୍ ପରୀକ୍ଷା ପାଇଁ ଆସନ୍ତା ୫ ତାରିଖରୁ ଅନ୍‌ଲାଇନ୍‌ ଫର୍ମଫିଲପ୍ ଆରମ୍ଭ ହେବ । ଜୁଲାଇ ୫ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ହେବ । ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଫିସ୍ ଛାଡ଼ କରାଯାଇଛି ।

Leave A Reply

Your email address will not be published.