pakka

ଭୌଗୋଳିକ ପ୍ରତିବନ୍ଧକ ମଧ୍ୟରେ ଚତୁର୍ଥ ଥର ପାଇଁ ମତଦାନରେ ମତଦାତା

bbehera

ଜୟପାଟଣା, (ଶେଷଦେବ ବେହେରା) : ଭୌଗୋଳିକ ପ୍ରତିବନ୍ଧକ ମଧ୍ୟରେ ଚତୁର୍ଥ ଥର ପାଇଁ ମତଦାନ ଦେବାକୁ ମତଦାତାଙ୍କ ମଧ୍ୟରେ ପୁରାପୁରି ଆଗ୍ରହ ନଥିଲେ ମଧ୍ୟ ନିଜର ପରିଚୟକୁ ଭୋଟ୍‌ ବାକ୍ସ ମଧ୍ୟରେ ସାଇତି ରଖି ଅନ୍ୟମାନଙ୍କ ବିକାଶ ପାଇଁ ପୁଣି ଥରେ ମତଦାନ ଦେବେ । ନିର୍ବାଚନ ମଣ୍ଡଳୀର ସୀମାରେଖାକୁ ବିଶ୍ଳେଷଣ କଲେ ଏକ ସମ୍ଭ୍ରାନ୍ତ ନିର୍ବାଚନ ମଣ୍ଡଳୀର ଦୃଶ୍ୟ ପଟ ଉଙ୍କି ମାରେ । ପ୍ରାକୃତିକ ସମ୍ପଦ, ଖଣି ଖଦାନ, ଓ ରତ୍ନ ପଥରର ଏକ ଆବରଣ ସହ ଇନ୍ଦ୍ରାବତୀ ଓ ନାଗାବଳୀ ଭଳିଆ ପବିତ୍ର ନଦୀମାନଙ୍କ ଯେଉଁଠାରେ ଉତ୍ସ ରହିଛି ସେହି ପରିସୀମାର ଭୋଟରମାନଙ୍କ ବିକାଶକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଛି । ଯେଉଁ ଭିତ୍ତି ଭୂମି ଉପରେ ବେଦାନ୍ତ, ଉତ୍କଳ ଆଲୁମିନା ଭଳି ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଉପସ୍ଥିତି ସାଙ୍ଗକୁ ଇନ୍ଦ୍ରାବତୀର ଜଳ ସେଚନ ସତ୍ତ୍ୱେ କାହିଁକି ଲୋକଙ୍କ ଅର୍ଥନୀତିକୁ ସମ୍ବୃଦ୍ଧ କରି ପାରିଲାନି ବୋଲି ପ୍ରଶ୍ନ ଉଠେ । ରାଷ୍ଟ୍ରର ପ୍ରଥମ ନିର୍ବାଚନ ବେଳେ ଯେଉଁ ଅଧିବାସୀମାନେ କିଲୋ ମିଟର ଘଞ୍ଚ ପାହାଡ଼ର ଶିଖରରୁ ଓହ୍ଲାଇ ଭୋକ ଉପାସରେ ମତଦାନ କରି ଜୀବନକୁ ବିପନ୍ନ କରି ଫେରୁଥିଲେ ଆଜି ମଧ୍ୟ ସେମାନଙ୍କ ପାଇଁ ସେହି ଅବସ୍ଥା ବଳବତ୍ତର ହୋଇ ରହିଛି । ତାହା ହେଲେ ଏମାନଙ୍କ ବିକାଶକୁ କେଉଁମାନେ ଛଡ଼ାଇ ନେଲେ ତାହା ଏବେ ନିର୍ବାଚନୀ ମୁଦ୍ଦା ପାଲଟିବାରେ ଲାଗିଛି । ଆଗାମୀ ନିର୍ବାଚନ କଣ ଏହି ଅଞ୍ଚଳର ଜନସ୍ୱର୍ଥାକୁ ଅଗ୍ରାଧିକାର ଦେବ ନା ପୁଣିଥରେ ସେହି କମ୍ପାନୀମାନଙ୍କ ରୁଦ୍ଧ କୋଠରୀ ମଧ୍ୟରେ ଗରିବଙ୍କ ବିକାଶ ଚାପି ହୋଇ ରହିଯିବ ବୋଲି ପ୍ରଶ୍ନ ଉଠୁଛି । ୨୦୦୯ ମସିହାରେ ସୀମା ପୁନର୍ଗଠନ ଓ କଳାହାଣ୍ଡି ଜିଲ୍ଲାର ଏକ ନୂତନ ନିର୍ବାଚନ ମଣ୍ଡଳୀ ଭାବରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଗଠିତ ହେଲା । କେହି ବିଶ୍ୱାସ କରି ନଥିଲେ ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥାକୁ ସମସ୍ତେ ଆପଣେଇ ନେଇଥିଲେ । ନିର୍ବାଚନ ମଣ୍ଡଳୀ ମଧ୍ୟରେ ସମ୍ପୂର୍ଣ୍ଣ ପାହାଡ଼ ଘେରା ଲାଞ୍ଜିଗଡର ୨୬ ପଞ୍ଚାୟତ, ଥୁଆମୂଲ୍ ରାମପୁରର ୨୪ ଭବାନୀପାଟଣାର ଆଠଟି ଓ ଜୟପାଟଣା ବ୍ଲକର ୧୮ଟି ପଞ୍ଚାୟତକୁ ସାମିଲ କରାଗଲା । ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ ମସିହାରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଟିକେଟ୍‌ରୁ ଶିବାଜୀ ମାଝୀ ବିଜେତା ହୋଇଥିବା ବେଳେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ଟିକେଟ୍‌ରୁ ବଳଭଦ୍ର ମାଝୀ ବିଧାୟକ ହୋଇଥିଲେ । ୨୦୧୯ରୁ ୨୦୨୪ପର୍ଯ୍ୟନ୍ତ ପୁଣିଥରେ ବିଜେଡିକୁ ବିଜୟ ବାନା ମିଳିଥିଲା । କଂଗ୍ରେସରୁ ବିଜେଡିରେ ଯୋଗ ଦେଇ ଥିବା ପ୍ରଦୀପ ଦିସାରି ବିଜୟ ଘୋଷିତ ହୋଇଥିଲେ । ଏବେ କିନ୍ତୁ ପଟ୍ଟ ବଦଳିଛି । ୨୦୦୯ ମସିହାରେ କଂଗ୍ରେସରୁ ଜିତିଥିବା ଶିବାଜୀ ଏବେ ବିଜେଡିରେ ସେହିପରି ବିଜେଡିରୁ ବିଧାୟକ ହୋଇଥିବା ବଳଭଦ୍ର ଏବେ କଂଗ୍ରେସର ପ୍ରାର୍ଥୀ ହୋଇ ଥିବା ବେଳେ ବିଜେଡି ପୁଣି ଦ୍ଵିତୀୟ ଥର ପାଇଁ ପ୍ରଦୀପଙ୍କୁ ପ୍ରାର୍ଥୀ କରିଛି । ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିବା ରମେଶ ମାଝୀଙ୍କ ଉପରେ ପୁଣି ଥରେ ଦଳ ଅସ୍ଥା ପ୍ରକଟ କରିଛି । ଏହି ପ୍ରତିବନ୍ଧକ ଭରା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉତ୍ସାହ ବହୁତ୍ କମ୍‌ ଥିବା ବେଳେ ପରବର୍ତ୍ତୀ ମାହୋଲ୍‌କୁ ମତଦାତାଙ୍କ ଅପେକ୍ଷା । ନିର୍ବାଚନ ମଣ୍ଡଳୀର ମୋଟ୍‌ ୨୯୬ଟି ବୁଥ୍‌ ଥିବା ବେଳେ ଭୋଟର ସଂଖ୍ୟା ୨,୨୮, ୫୫୭ ରହିଛି । ତନ୍ମଧ୍ୟରୁ ଲାଞ୍ଜିଗଡର ୮୫ଟି ବୁଥ୍‌ର ୬୧, ୩୨୩ ମତଦାତା ଥୁଆମୁଲ ରାମପୁରର ୭୨ଟି ବୁଥ୍‌ର ୫୭,୭୯୨ ଭବାନୀପାଟଣା ବ୍ଲକର ୩୫ଟି ବୁଥ୍‌ର ୨୭, ୬୬୪ ଭୋଟର ଓ ସର୍ବୋପରି ଜୟପାଟଣା ବ୍ଲକର ୧୦୪ ବୁଥ୍‌ର ୮୧, ୭୭୮ଜଣ ମତଦାତା ରହିଥିବା ସୂଚନା ମିଳିଛି । ଏହା ସହିତ ସମଗ୍ର ନିର୍ବାଚନ ମଣ୍ଡଳୀ ମଧ୍ୟରେ କୋଡ଼ିଏ ଜଣ ଜେଣ୍ଡର ଥିବା ସୂଚନା ମିଳିଛି । ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପ୍ରଥମ ପର୍ଯ୍ୟାୟରେ ଧାର୍ଯ୍ୟ ହୋଇଥିବା ବେଳେ ଏହି ଭୌଗୋଳିକ ପ୍ରତିବନ୍ଧକ ଭରା ନିର୍ବାଚନ ମଣ୍ଡଳୀ କାହା ପାଇଁ ଶୁଭଙ୍କର ହେବ ତାହା ଦେଖିବାର ବେଳ ଆସିଛି ।

jay balangir
Leave A Reply

Your email address will not be published.

18 − four =

error: Content is protected !!