pakka

ଜୀବନ ନିର୍ମାଣର ମାର୍ଗଦର୍ଶକ ହେଉଛି ପୁସ୍ତକ : ୯୯ତମ ଭ୍ରାମ୍ୟମାଣ ପାଠାଗାରରେ ମତ ପ୍ରକାଶ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୁସ୍ତକ ପଠନରେ ବୟସର ତାରତମ୍ୟ ନାହିଁ । ପୁସ୍ତକ ଜ୍ଞାନ ବାଣ୍ଟେ । ଚରିତ୍ର ଗଠନ ସହ ଜୀବନ ନିର୍ମାଣରେ ମାର୍ଗଦର୍ଶକ ସାଜିଥାଏ ବୋଲି ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର ଦ୍ଵାରା ଆୟୋଜିତ ୯୯ତମ ‘ପିଲାଙ୍କ ପାଖରେ ପାଠାଗାର’ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ଜର୍ଜ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ପାଠାଗାରର ସଭାପତି ମନୋରଂଜନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ରଘୁନାଥ ମେହେର ମୁଖ୍ୟ ଅତିଥି, ଆନ୍ତର୍ଜାତିକ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡକ୍ଟର ଡୋଳାମଣି ଶତପଥୀ ଓ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଯୋଗଦେଇ ପୁସ୍ତକ ଜୀବନ ନିର୍ମାଣର ମାର୍ଗଦର୍ଶକ ଓ ଚରିତ୍ର ଗଠନର ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକମାନଙ୍କ ମଧ୍ୟରୁ ସୀମାଞ୍ଚଳ ସ୍ଵାଇଁ, ସଦାନନ୍ଦ ଜାଲ, ଆଦିକାନ୍ତ ସ୍ୱାଇଁ, ଅମୃତ ଲାଲ୍ ବେହେରା ଓ ସୁରେଶ ଚନ୍ଦ୍ର ଦାଶ ପୁସ୍ତକ ମଣିଷକୁ ସମାଜର ଉଚ୍ଚ ସ୍ତରକୁ ନେଇଥାଏ, ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକକୁ ଭଲପାଇ ପୁସ୍ତକ ପଠନ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଭ୍ରାମ୍ୟମାଣ ପାଠାଗାରର ଆବାହକ ଡକ୍ଟର ରବିନାରାୟଣ ସାହୁ ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଛାତ୍ରମାନଙ୍କ ମଧ୍ୟରୁ ପିୟୂଷ ମେହେର, ବିବେକ ଦୀପ ଓ ଆକାଶ ମେହେର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଆସନ୍ତା ୧୦୦ତମ କାର୍ଯ୍ୟକ୍ରମରେ ପୁରସ୍କୃତ ହେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.

one × 4 =