pakka

ବୋମାଲୋଇରେ ପ୍ରସ୍ତାବିତ ଗିଫ୍ଟ ତିଲାପିଆ ମାଛ ଜାଆଁଳା କେନ୍ଦ୍ର ହୀରାକୁଦ ଜଳ ଭଣ୍ଡାରର ଜୈବ ବବିଧତାକୁ ନଷ୍ଟ କରିବ ବୋଲି ଉଦବେଗ ପ୍ରକାଶ କଲେ ଜୈବ ବିଜ୍ଞାନୀ

bbehera

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ହୀରାକୁଦ ଜଳ ଭଣ୍ଡାର ସଂଲଗ୍ନ ବୋମାଲୋଇରେ ପ୍ରସ୍ତାବିତ ଗିଫ୍ଟ ତିଲାପିଆ ମାଛ ଜାଆଁଳା କେନ୍ଦ୍ର ପ୍ରତିଷ୍ଠା ଦ୍ଵାରା ହୀରାକୁଦ ଜଳ ଭଣ୍ଡାରର ପରିବେଶ ଅସନ୍ତୁଳନ ହେବା ସହ ଜୈବ ବିବିଧତାକୁ ନଷ୍ଟ କରିବ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକର ବାସିନ୍ଦା, ବିଶିଷ୍ଟ ପରିବେଶବିତ୍ ତଥା ଅରୁଣାଚଳ ପ୍ରଦେଶର ଇଟାନଗର ଅନ୍ତର୍ଗତ ଡିଏନ୍ ମହାବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗ ମୁଖ୍ୟ ଡ.ପ୍ରଶାନ୍ତ କୁମାର ନନ୍ଦ । ସେ ଅଭିଯୋଗ କରିଛନ୍ତି ଯେ, କୌଣସି ଏକ ପ୍ରକଳ୍ପ ଆରମ୍ଭ କରିବାକୁ ହେଲେ ସରକାର ପ୍ରଥମେ ସେ ପ୍ରକଳ୍ପର ଆଭିମୁଖ୍ୟ ଓ ତା’ ଦ୍ଵାରା ଜନ ସାଧାରଣ କେତେ ଉପକୃତ ହେବେ ଏବଂ ସେହି ପ୍ରକଳ୍ପ ଦ୍ୱାରା ସେହି ଅଞ୍ଚଳରେ କୌଣସି ପ୍ରକାର ଜୈବ ବିବିଧତା ଦେଖା ଦେବ କି, ଯଦ୍ୱାରା ପରିବେଶର ସନ୍ତୁଳନ ବିଗିଡ଼ିବ କି ? କିନ୍ତୁ ଏହି ଗିଫ୍ଟ ତିଲାପିଆ ମାଛ ଜାଆଁଳା କେନ୍ଦ୍ର ପ୍ରତିଷ୍ଠା ଦ୍ଵାରା ସମଗ୍ର ହୀରାକୁଦ ଜଳଭଣ୍ଡାରରେ ପରିବେଶ ସନ୍ତୁଳନ ନିଶ୍ଚିତ ଭାବରେ ବିଗିଡିବ ବୋଲି ସେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । କାରଣ ଆମେ ପ୍ରଥମେ ଗିଫ୍ଟ ତିଲାପିଆ ମାଛ ବାବଦରେ ଜାଣିବା ଦରକାର ଓ ତାପରେ ତାର ଯାଆଁଳା ସୃଷ୍ଟି କରି ତାର ବଂଶ ବୃଦ୍ଧି ପାଇଁ ବିଚାର କରିବା କଥା । ଏହି ମାଛ ଏଠାରେ ବଢିବା ଦ୍ଵାରା କଣ ଲାଭ ହେବ ତାହା ସରକାରଙ୍କୁ ଜଳ ଜଳ ଦେଖାଗଲା, କାରଣ ଗିଫ୍ଟ ଟାଲାପିଆ ମାଛ ଆଫ୍ରିକାର ଏକ ବଡ ଧରଣର ପ୍ରଜାତିର ମାଛ ଅଟେ । ଏହାର ଜାଆଁଳା ବଢ଼ାଇବା ଦ୍ଵାରା ରାଜ୍ୟରେ ବଡ଼ ଧରଣର ମାଛର ପ୍ରଜାତି ବଢିବ, ବଜାର ଦର ଭଲ ମିଳିବ ଓ ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀ ମାନେ ଉତ୍ସାହିତ ହୋଇ ଏହା ନେବେ ଓ ବ୍ୟବସାୟ କରି ବେଶ ଦୁଇ ପଇସା ରୋଜଗାର କରିବେ । ଏ ସବୁ ବିଲକୁଲ ସତ ଅଟେ, ହେଲେ ଏହି ମାଛର ପ୍ରଜାତି ଯେତେବେଳେ ହୀରାକୁଦ ଜଳ ଭଣ୍ଡାରରେ ମିଶିବ ସେତେ ବେଳକୁ କଣ ହେବ ତାହା ଭାବିବାର ସମୟ ଆସିଛି । ଗିଫ୍ଟ ତାଲାପିଆ ବା (ଜେନେଟିକ ଉନ୍ନତ ଚାଷ) ମାଛ ଦକ୍ଷିଣ ଆଫ୍ରିକାରେ ଦେଖାଦେଇ ଥାଆନ୍ତି ।

ତିଲାପିଆ ମାଛର ଉତ୍ପତ୍ତି :
କୋଏଲୋଟିଲାପାଇନ୍, କପ୍ଟୋଡୋନିନ୍, ହେଟେରୋଟିଲାପାଇନ୍, ଓରିଓକ୍ରୋମାଇନ୍, ପେଲାମାଟୋଲାପାଇନ୍ ଏବଂ ତିଲାପିଏନ୍ ଜନଜାତି (ପୂର୍ବରୁ ସମସ୍ତେ “ତିଲାପିଏନ୍”)ରୁ ତିଲାପିଆ ସାଧାରଣ ନାମ, କୋପଟୋଡୋମିନି ଏବଂ ଓରେଓଚ୍ରୋମିନିରେ ରଖାଯାଇଥିଲା । ତିଲାପିଏନ୍ ମୁଖ୍ୟତଃ ସ୍ୱଚ୍ଛ ମଧୁର ଜଳର ମାଛ । ଏମାନେ ଗଭୀର ନଦୀ, ପୋଖରୀ, ନଦୀ, ହ୍ରଦରେ ବାସ କରନ୍ତି ଏବଂ ସାଧାରଣ ଉଜ୍ଜ୍ୱଳ ଜଳରେ ବାସ କରନ୍ତି । ଆଫ୍ରିକାରେ କାରିଗରୀ ମତ୍ସ୍ୟଚାଷ କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଜଳଚର ଏବଂ ଜଳବାୟୁରେ ସେମାନେ ଅଧିକ ଗୁରୁତ୍ୱ ବହନ କରୁଥିଲେ । ଅଷ୍ଟ୍ରେଲିଆ ଭଳି ନୂତନ ଉଷ୍ମ-ଜଳ ବାସସ୍ଥଳୀରେ ତିଲାପିଆ ଏକ ସମସ୍ୟାଜନିତ ଆକ୍ରମଣକାରୀ ପ୍ରଜାତି ମାଛ ହୋଇପାରେ । ଜାଣିଶୁଣି କିମ୍ବା ହଠାତ୍ ପ୍ରବର୍ତ୍ତିତ ହେଉ, କିନ୍ତୁ ସାଧାରଣତଃ ଥଣ୍ଡା ଜଳରେ ବଞ୍ଚିବାରେ ଅସମର୍ଥତା ହେତୁ ସାଧାରଣତ କମ୍ ତାପ ଜନିତ ମୃଦୁ ଜଳବାୟୁରେ ବାସ କରନ୍ତି ।

ତିଲାପିଆ ମାଛ କଣ ଓ ଏହାର କୁପ୍ରଭାବ କଣ ?
ଆଫ୍ରିକା ଏବଂ ମଧ୍ୟ ପୂର୍ବରେ ଅବସ୍ଥିତ ସିଚଲିଡା ପରିବାରର ଅନେକ ମାଛ ପ୍ରଜାତି ମଧ୍ୟରେ ତିଲାପିଆ ଅନ୍ୟତମ । ବିଭିନ୍ନ ପ୍ରକାରର ଅବସ୍ଥା ସହିତ ଖାପ ଖୁଆଇବାର କ୍ଷମତା, ସେମାନଙ୍କର ସର୍ବଭାରତୀୟ ଖାଦ୍ୟ ଅଭ୍ୟାସ ଏବଂ ଜଳଚର କ୍ଷେତ୍ରରେ ସେମାନଙ୍କର ଲୋକପ୍ରିୟତା ଦ୍ଵାରା ତିଲାପିଆ ଦୁନିଆର ଅନେକ ସ୍ଥାନରେ ପରିଚିତ ହୋଇପାରିଛି । ଭାରତରେ ଖାଦ୍ୟ ସୁରକ୍ଷା ଯୋଗାଇବା ପାଇଁ ମୋଜାମ୍ବିକ ଏବଂ ନୀଳ ତିଲାପିଆ ପରିଚିତ ହୋଇଥିଲା । ଅବଶ୍ୟ, ଉଭୟ ଦୁର୍ଘଟଣା ଏବଂ ଉଦ୍ଦେଶ୍ୟମୂଳକ ମୁକ୍ତି ମାଧ୍ୟମରେ ଏହି ପ୍ରଜାତିଗୁଡିକ ଭାରତ ବର୍ଷର ଜଳପଥଗୁଡିକର ବୃହତ ବିଭାଗ ମାଧ୍ୟମରେ ପ୍ରବେଶ କରି ନିଜକୁ ପ୍ରତିଷ୍ଠିତ କରିବା ସହ ଜୈବ ବିବିଧତା ହଟସ୍ପଟ୍ ମଧ୍ୟକୁ ପ୍ରବେଶ କରିଛନ୍ତି । ତିଲାପିଆ ପରି ଏକ ଆକ୍ରମଣକାରୀ ପ୍ରଜାତି ପାଇଁ ଏକ ବଜାର ସୃଷ୍ଟି କରିବା, ଯାହାକି ସ୍ଥାନୀୟ ଇକୋସିଷ୍ଟମ ପ୍ରତି ବିପଦ ସୃଷ୍ଟି କରିବ ଏବଂ ଏହାର ପ୍ରସାର ଉପରେ ସଠିକ୍ ବୁଝାମଣା ନ କରାଯାଇ ପଦକ୍ଷେପ ନିଆ ନଯାଏ, ତା’ହେଲେ ପ୍ରାକୃତିକ ଇକୋସିଷ୍ଟମ ଏବଂ ଇକୋସିଷ୍ଟମ ସେବା ପାଇଁ ଗୁରୁତର ପରିଣାମ ସୃଷ୍ଟି ହୋଇପାରେ । ତିଲାପିଆ ଗୁଡ଼ିକ ଏକ ପ୍ରଜାତିର ମାଛ ଜିଏକି ଅନ୍ୟ ମାଛ ଖାଆନ୍ତି । ତିଲାପିଆ ପ୍ରାୟତଃ ଅନ୍ୟ ମାଛ ପ୍ରଜାତିଗୁଡିକ ଖାଇବ । ସବୁ ମାଛ ଗୁଡ଼ିକର ଯାଆଁଳା ସହ ଯେଉଁ ମାଛକୁ ପୁରା ଗିଳି ପାରିବ ସେଗୁଡିକୁ ସେମାନେ ଖାଇ ଯାଆନ୍ତି ।

ହୀରାକୁଦ ଜଳଭଣ୍ଡାରରେ କଣ ହେବ କ୍ଷତି !
ଡ. ନନ୍ଦ କହିଛନ୍ତି ଯେ, ଇତି ମଧ୍ୟରେ ଶିଳ୍ପ ପ୍ରଦୂଷଣ ତଥା ଅନ୍ୟାନ୍ୟ କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଅନେକ ଦେଶୀ ପ୍ରଜାତିର ମାଛ ଲୋପ ହୋଇ ସାରିଲେଣି । ବର୍ତ୍ତମାନ ଉପଲବ୍ଧ ରୋହି, ଭାକୁର, ମିରକାଳି ପ୍ରଜାତିର ମାଛ ହିଁ ହଜାର ହଜାର ମତ୍ସ୍ୟଜୀବୀଙ୍କ ଗୁଜୁରାଣ ମେଣ୍ଟାଇବା ସହ ପରିବାରମାନଙ୍କୁ ସ୍ଥାୟୀ ରୋଜଗାର ଯୋଗାଇ ଦେଉଛି । ହେଲେ ତିଲାପିଆ ମାଛ ଛଡା ଯିବା ଦ୍ଵାରା ଆମର ସ୍ଥାନୀୟ ପ୍ରଜାତିର ମାଛ ବଂଶ ବୃଦ୍ଧି ଗୁରୁତର ପ୍ରଭାବିତ ହେବ । ହେଲେ ମତ୍ସ୍ୟ ବିଭାଗ କେମିତି ଯୁକ୍ତି ବାଢୁଛି ଯେ, ତିଲାପିଆ ଦ୍ଵାରା ଅନ୍ୟ ମାଛ ବଂଶ ବୃଦ୍ଧିରେ ବ୍ୟାଘାତ ହେବ ନାହିଁ ବୋଲି ଡ. ନନ୍ଦ ପ୍ରଶ୍ନ କରିଛନ୍ତି । ଡ.ନନ୍ଦ ଆହୁରି କହିଛନ୍ତି ଯେ, ତିଲାପିଆ ମାଛ ଏତେ ବଂଶ ବୃଦ୍ଧି କରେ ଯେ, ଏହା ରୋହୀ, ଭାକୁର୍ ଆଦି ପ୍ରଜାତିର ମାଛକୁ ଏବଂ ଏହାର ଖାଦ୍ୟକୁ ଖାଇ ଯିବାର ସମ୍ଭାବନା ରହିଛି । ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଜୈବ ବିବିଧତା ଦୃଷ୍ଟିରୁ ହୀରାକୁଦ ଜଳଭଣ୍ଡାର ରାମସାର ସାଇଟ୍‌ରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ପରୋକ୍ଷରେ ଏହି ମାଛ ବିପଦ ସୃଷ୍ଟି କରିବ । ଏହାଛଡା ବର୍ତ୍ତମାନ ଏହା ଜଳଭଣ୍ଡାରରୁ ଛତିଶଗଡ ପର୍ଯ୍ୟନ୍ତ ଏବଂ ଇବ ଓ ଭେଡେନ ନଦୀ ଦେଇ ଝାରଖଣ୍ଡ ଯାଏ ବ୍ୟାପୀ ଯିବାର ଆଶଙ୍କା ରହିଛି । ତେବେ ପ୍ରୋଟିନ ଜାତୀୟ ଖାଦ୍ୟ ଓ ତଥା ମାଛର ଚାହିଦା ପୂରଣ ପାଇଁ ଏହାର ଆବଶ୍ୟକତା ନିଶ୍ଚିତ ଭାବରେ ରହିଛି । ତେଣୁ ଏହାକୁ ଜଳ ଭଣ୍ଡାର ଭଳି ପ୍ରାକୃତିକ ସମ୍ପଦରେ ଛଡ଼ା ନ ଯାଇ ପୋଖରୀରେ ଚାଷ କରିବା ଉଚିତ୍ ବୋଲି ଡ. ନନ୍ଦ ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଥାଉକି ହୀରାକୁଦ ଜଳଭଣ୍ଡାରରେ ରାଜ୍ୟ ସରକାର ବ୍ୟାପକ ତିଲାପିଆ ମାଛ ଚାଷ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ବର୍ତ୍ତମାନ ସୁଦ୍ଧା ଜଳ ଭଣ୍ଡାରରେ ୮ ଟି କେଜ କଲଚରରେ ହଜାର ହଜାର ସଂଖ୍ୟାରେ ତିଲାପିଆ ମାଛ ଜାଆଁଳା ବି ଛଡ଼ା ଗଲାଣି । ଇତି ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ହୀରାକୁଦ ଜଳଭଣ୍ଡାରର ଅପରପାର୍ଶ୍ବରେ ବାମାଲୋଇଠାରେ ସ୍ଵତନ୍ତ୍ର ଭାବରେ ତିଲାପିଆ ମାଛ ଜାଆଁଳା ଉତ୍ପାଦନ କେନ୍ଦ୍ର ଖୋଲିବାକୁ ସରକାରୀ ନିଷ୍ପତ୍ତି ହୋଇଛି । ସରକାର ହୀରାକୁଦ ଜଳଭଣ୍ଡାର ଭିତରେ ପ୍ରାୟ ୨୦୦ଟି କେଜ କଲଚର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତନ୍ମଧ୍ୟରୁ ବର୍ତ୍ତମାନ ଯାଏ ୩୫ଟି ସ୍ଥାପନ କରି ସାରିଛନ୍ତି । ଏଥିପାଇଁ ଉଚ୍ଚ ସ୍ତରୀୟ ପ୍ରଶାସନିକ ଆଲୋଚନା ତୁହାକୁ ତୁହା ଜାରି ରହିଅଛି । ଏହିଭଳି ସମୟରେ ଗତ ୨୦ ତାରିଖରେ ସାମୁଦ୍ରିକ ଉତ୍ପାଦ ରପ୍ତାନି ଉନ୍ନୟନ କର୍ତୃପକ୍ଷର ଅଧ୍ୟକ୍ଷ ଡି. ଭି. ସ୍ବାମୀ କେନ୍ଦ୍ରୀୟ ଦଳ ସହ ସମ୍ବଲପୁର ଗସ୍ତ କରି ବାମାଳୋଇର ଏହି କେନ୍ଦ୍ର ସ୍ଥାପନ ବିଷୟ ଚୂଡାନ୍ତ କରିଛନ୍ତି । ଏଠାରୁ ଲକ୍ଷାଧିକ ଯାଆଁଳା ଉତ୍ପାଦନ କରିବା ସହ ଏହାକୁ ହୀରାକୁଦ ଜଳ ଭଣ୍ଡାରରେ ଛାଡ଼ି ୬୪୦୦ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ତିଲାପିଆ ମାଛ ଉତ୍ପାଦନ କରିବା ସହ ରାଜ୍ୟ ରାଜକୋଷରେ ୫୦ କୋଟି ଟଙ୍କାର ଭର୍ତ୍ତି କରିବା ଲକ୍ଷ୍ୟ ରଖିଛି ରାଜ୍ୟ ସରକାର । ହେଲେ ରାଜ୍ୟ ରାଜକୋଷ ଭର୍ତ୍ତି କରିବା ନାମରେ ହୀରାକୁଦ ଜଳ ଭଣ୍ଡାରରେ ଜୈବ ବିବିଧତାକୁ ନଷ୍ଟ କରିବାର ଉଦ୍ୟମ କେତେ ଯୁକ୍ତିଯୁକ୍ତ ବୋଲି ଡ. ନନ୍ଦଙ୍କ ସମେତ ବହୁ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 × two =