pakka

ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ସମାରୋହ

bbehera

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବରେ ପ୍ରବେଶ କରିଥିବା ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ଏକ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଉପଢୌକନ ଓ ଫୁଲଚନ୍ଦନ ଦେଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ । ଇତିହାସ ପ୍ରଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବସନ୍ତ କୁମାର ମନହିରା ଛାତ୍ରଛାତ୍ରୀମାନଙ୍କୁ ଚରିତ୍ର ଗଠନ ସଂଗେ ସଂଗେ ସ୍ୱାବଲମ୍ବୀ ହେବା ପାଇଁ ଉତ୍ସାହିତ କରିଥିଲେ । ପ୍ରାଧ୍ୟାପକ ଧୋବାଇଚରଣ ପଟେଲ, ଦୁର୍ବାଦଳ ଘିବେଲା, ମୁକେଶ ପଟ୍ଟନାୟକ ଏବଂ ଅଧ୍ୟାପିକା ଶୁଭଶ୍ରୀ ସାହୁ ନିଜ ନିଜ ଅଭିଭାଷଣରେ ଛାତ୍ର ଜୀବନରେ ଶୃଙ୍ଖଳା, କର୍ତ୍ତବ୍ୟ ପରାୟଣତା ଏବଂ ଉତ୍ତମ ବ୍ୟକ୍ତିତ୍ୱର ବିକାଶ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଛାତ୍ର ନମିତା ପଥ୍ରିମାଲି, ମାନସୀ କଠାର, ଛାତ୍ର ମିଥିଳେସ ଧରୁଆ, ଗଣେଶ ମେହେର ପ୍ରମୁଖ ନିଜସ୍ୱ ଅନୁଭୁତି ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ବିମଳ କିଶୋର ସାହୁ, ଖେଳ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ଥନାପତି, ଡିଇଓ ବାଳଶଙ୍କର ମେହେର, ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ । ପରିଶେଷରେ ବାଣିଜ୍ୟ ପ୍ରାଧ୍ୟାପକ ଗୋବିନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seven + seventeen =