pakka

ଖଲିଆପାଲିରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଖଳିଆପାଲି ଠାରେ ଏକ ୧୦ ଫୁଟର ଅଜଗର ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ, ରାସ୍ତାରେ ଆସୁଥିବା ସମୟରେ ବଲାଙ୍ଗିରର କାହ୍ନା ଉପାଧ୍ୟାୟ ଅଜଗର ସାପଟିକୁ ଦେଖି କର୍ତ୍ତବ୍ୟ ଫାଉଣ୍ଡେସନକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରୁ ସାପଟିକୁ ଉଦ୍ଧାର କରି ବଲାଙ୍ଗିର ବନ ବିଭାଗକୁ ହସ୍ତାନ୍ତର କରିଥିଲେ କର୍ତ୍ତବ୍ୟ ଫାଉଣ୍ଡେସନର ସଦସ୍ୟମାନେ । ତେବେ ଏହି ଅଜଗର ସାପଟିର ଲମ୍ବ ପାଖାପାଖି ୧୦ ଫୁଟ ହେବ ବୋଲି କାହ୍ନା ଉପାଧ୍ୟାୟ କହିଛନ୍ତି ।

Leave A Reply

Your email address will not be published.

six + 10 =