ମଶା ବଂଶ ନାଶକ ମଶାରୀ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅଂଚଳଟି ସଦା ସର୍ବଦା ମେଲେରିଆ ପ୍ରବଣ ଅଂଚଳ ଭାବେ ଜିଲ୍ଲା ସ୍‌ସ୍ତରରେ ବିବେଚିତ ହୋଇ ସାରିଛି । ପାଇକମାଲ ଅଂଚଳକୁ ଘେରି ରହିଛି ଗନ୍ଧମାର୍ଦ୍ଦନ ପାହାଡ । ପାହାଡରୁ ଝରି ଆସିଛି ଏକ ଝରଣା । ନିଘଂଚ ଜଙ୍ଗଲର ସମସ୍ତ ପ୍ରକାରର ଡାଳପତ୍ର ପାଣିରେ ପଡି ପଚିଯିବା ଫଳରେ ଏ ଅଂଚଳରେ ମେଲେରିଆ ବଂଶବୃଦ୍ଧି ହେବାର କାରଣକୁ ଏଡେଇ ଦିଆଯାଇ ପାରିବନାହିଁ । ଏ ପରିପେକ୍ଷୀରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ପାଇକମାଲ ବ୍ଲକର ବୁକୁରାମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ବୁକୁରାମୁଣ୍ଡା ସବସେଣ୍ଟରର ପଲସାନୀ, ପଲସଦା ସବସେଣ୍ଟରର ଖଇରା, ଟେମରୀ ସବସେଣ୍ଟରର ଧାନ୍ଦୁପାଲି, ଚର୍ଦାପାଲି ସବସେଣ୍ଟରର ଚର୍ଦାପାଲି, ଲଖମରା ସବ ସେଣ୍ଟରର କୁଲାଣ୍ଟି ଗ୍ରାମରେ ମାଗଣାରେ ରାସାୟନିକ କୀଟନନାଶକ ପ୍ରୟୋଗ ମଶାରୀ ଲୋକଙ୍କୁ ବଣ୍ଟନ କାର୍ୟ୍ୟକ୍ରମ ପର୍ୟାୟ କ୍ରମେ ଆରମ୍ଭ କରାଯାଇଛି । ସମସ୍ତ ଜାଗାରେ କାର୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ସମେତ ଅଂଗନୱାଡି ଦିଦି ଏବଂ ବଣ୍ଟନ ହେଉଥିବା ଗ୍ରାମ ଗୁଡିକର ଆଶା ଦିଦିଙ୍କ ସହଯୋଗରେ ସୁ-ସୁଚାରୁ ରୂପେ ମଶା ବଂଶ ନାଶକ ମଶାରୀ ବଣ୍ଟନ ଜାରି ରହିଛି । ମଶାରୀ ବଣ୍ଟନ କାର୍ୟ୍ୟକ୍ରମକୁ ବୁକୁରାମୁଣ୍ଡା ସି.ଏଚ.ସି ର କାର୍ୟ୍ୟରତ ସୁପରଭାଇଜର ରବିନ୍ଦ୍ର ମୋହନ ଦାଶ ତଦାରଖ କରୁଥିବାର ଦେଖା ଯାଇଥିଲା ।

Leave A Reply

Your email address will not be published.