ପାଇକମାଲ ବ୍ଲକ ଅଧ୍ୟକ୍ଷ ଦୁର୍ଘଟଣାଗ୍ର‌ସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ସେ ଚଳାଉଥିବା ସ୍କୁଟରରୁ ପଡିଯାଇ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ସ୍ଥଳରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପାଇକମାଲ ଡାକ୍ତରଖାନାକୁ ନିଆ ଯାଇଥିଲା । ତାଙ୍କର ବାମ ହାତ ଓ ବାମ ଗୋଡ଼ରେ ଆଘାତ ଲାଗିବା ସହିତ ମୁହଁରେ ମଧ୍ୟ ଆଘାତ ଲାଗିଥିବା ଦେଖା ଯାଇଛି । ପରେ ତାଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.