
ତେଲିବନ୍ଧ ଦିଡ଼ିଙ୍ଗାପଦାର ରାସ୍ତା ସାଜିଛି ମରଣଯନ୍ତା : ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
ସାହାଜପାଲ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ତେଲିବନ୍ଧ ଛକ ଠାରୁ ଦିଡ଼ିଙ୍ଗାପଦାର ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାଟି ମରଣଯନ୍ତା ପାଲଟିଛି । ରାସ୍ତାରୁ ମେଟାଲ ଓ ପିଚୁ ଗୁଡିକ ଉଠିଯାଇଥିବାରୁ ରାସ୍ତା ସାରା ସ୍ଥାନେ ସ୍ଥାନେ ଖାଲ ଖମା ଭରି ରହିଛି । ଯାହା ଫଳରେ ପ୍ରତି ଦିନ ଅନେକ ଘଟୁଛି । ତେଲିବନ୍ଧ, ପଦ୍ମନପୁର, ମୁଣ୍ଡାପଡା, ବ୍ରାହ୍ମଣୀପାଲି, ଆମ୍ବଝିର, ମୁଣ୍ଡିପଦର, ଜହ୍ନାପଙ୍କ, ବଘିଆପଡା ଆଦି ୮ଟି ଗ୍ରାମ ପଞ୍ଚାୟତର ଲୋକେ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ଆଗକୁ ବର୍ଷା ଦିନ ଆସୁଥିବାରୁ ରାସ୍ତା ଉପରେ ଥିବା ଗାତ ଗୁଡିକରେ ପାଣି ଜମି ରହିବ । ଫଳରେ ଅଧିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଏହି ରାସ୍ତାର ମରାମତି କିମ୍ବା ନୂତନ ରାସ୍ତାର ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଦାବି ହେଉଛି । ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ କୁନା ଚରଣ ସିଂଙ୍କୁ ପଚାରିବାରୁ ଟେଣ୍ଡର ହୋଇଯାଇଛି, ବର୍ଷା ପୂର୍ବରୁ ରାସ୍ତା କାମ ହୋଇଯିବ ବୋଲି କହିଥିଲେ ।