pakka

କମ୍ଵିଂ ଅପରେସନ ବେଳେ ଧରାପଡ଼ିଲେ ନୂଆପଡ଼ା ଡିଭିଜନର ୨ ମାଓବାଦୀ

bbehera

ନବରଙ୍ଗପୁର : ନବରଙ୍ଗପୁର ପୋଲିସକୁ ମିଳିଛି ବଡ଼ ସଫଳତା । ମେନପୁର ନୂଆପଡ଼ା ଡିଭିଜନର ଦୁଇ ହାର୍ଡକୋର ମାଓବାଦୀ ଗିରଫ । ୨ ମାଓବାଦୀ ହେଲେ ପୂଜା ମାଣ୍ଡଭି ଓ ମିଲିସିଆ ହେଉଛନ୍ତି ସୁମୁଦ୍ର ବାଘ । ଦୁଇ ଜଣଙ୍କ ମଧ୍ୟରୁ ଜଣେ ମହିଳା ମିଲିସିୟା ବୋଲି ଜଣାପଡ଼ିଛି । ଏନେଇ ପ୍ରେସ୍‌ମିଟରେ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ରାଇଘର ଥାନା ହାତୀଗାଁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସିଆର୍‌ପିଏଫ୍‌ ଏସ୍‌ଓଜି ଓ ଡିଭିଏଫ୍‌ର ମିଳିତ କମ୍ଵିଂ ଅପରେସନ ବେଳେ ୨ ମାଓବାଦୀ ଧରାପଡ଼ିଛନ୍ତି । ନୂଆପଡ଼ା ଡିଭିଜନର ଦୁଇ ମାଓବାଦୀ ପୂଜା ମାଣ୍ଡଭି ଓ ମିଲିସିଆ ସୁମୁଦ୍ର ବାଘଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ହାର୍ଡକୋର ମାଓବାଦୀ ହୋଇଥିବା ବେଳେ ଅନ୍ୟଜଣେ ମିଲିସିଆ ଯିଏ କ୍ୱାକ ଭାବେ କାର୍ଯ୍ୟରତ ଥିଲେ । ଉଭୟଙ୍କ ନାଁରେ ରାଇଘର ଥାନାରେ ମାମଲା ରୁଜୁ ହୋଇଛି । ଛତିଶଗଡ଼ ସୁକୁମା ଜିଲ୍ଲାରେ ପୂଜା ମାଣ୍ଡଭିଙ୍କ ଘର ହୋଇଥିବା ବେଳେ ଓଡ଼ିଶାର ନୂଆପଡା ଜିଲ୍ଲାରେ ସୁମୁଦ୍ର ବାଘଙ୍କ ଘର । ପୂଜା ମାଣ୍ଡଭି ୨୦୧୦ ମସିହାରୁ ମାଓବାଦୀ ସଙ୍ଗଠନରେ କାର୍ଯ୍ୟରତ ଥିବା ବେଳେ ସୁମୁଦ୍ର ବାଘ ୨୦୧୭ରୁ ସକ୍ରିୟ ଅଛନ୍ତି । ନୂଆପଡା ଅଞ୍ଚଳରେ ହୋଇଥିବା ବିଭିନ୍ନ ଫାଇରିଂ ଘଟଣାରେ ଜଡିତ ଥିବା ସହ ନବରଙ୍ଗପୁର ଜିଲ୍ଲାରେ ପୋଷ୍ଟର ମରା କାମରେ ଜଡିତ ଥିବା ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି ଡିଆଇଜି । ଏଥିସହ ମିଲିସିଆ ସୁମୁଦ୍ର ବାଘ ମଧ୍ୟ ପୋଷ୍ଟରିଂ ଓ କ୍ୱାକ ଭାବେ କାର୍ଯ୍ୟରତ ଥିଲେ । ପୂଜା ମାଣ୍ଡଭିଙ୍କ ଦେହ ଅସୁସ୍ଥ ଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଯାଉଥିବା ବେଳେ କମ୍ବିଂ ଅପରେସନରେ ଧରା ପଡିଥିବା ନେଇ ଡିଆଇଜି କହିଛନ୍ତି । ପୂଜା ମାଣ୍ଡଭି ଛତିଶଗଡ଼ ଅଞ୍ଚଳରେ ହୋଇଥିବା ବେଳେ ସେ କେଉଁ ସବୁ ଘଟଣାରେ ଜଡିତ ଅଛନ୍ତି ସେନେଇ ଅଧିକ ତଦନ୍ତ ପରେ ସୂଚନା ମିଳିବ ବୋଲି ସୂଚନା ଦେଇଛନ୍ତି ଡିଆଇଜି ।

jay balangir
Leave A Reply

Your email address will not be published.

nineteen − eleven =

error: Content is protected !!