ଏନ୍‌ଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ସିନ୍ଧେକେଲା ବନ୍ଦ

କଣ୍ଟାବାଞ୍ଜି : ସିନ୍ଧେକେଲାକୁ ଏନ୍‌ଏସି ମାନ୍ୟତା ଘୋଷଣା କରିବାକୁ ନେଇ ସ୍ଥାନୀୟ ନାଗରିକ କମିଟି ପକ୍ଷରୁ ଆଜି ଶନିବାର ସିନ୍ଧେକେଲା ବନ୍ଦ ଡାକରା ଦିଆଯାଇଛି । ନାଗରିକ କମିଟିର ସଭାପତି ସୁରିୟା ସାହୁଙ୍କ ନେତୃତ୍ୱରେ ବିଭିନ୍ନ ଦଳର ନେତା, ସାମାଜିକ ବ୍ୟକ୍ତି ଓ ଜନସାଧାରଣ ଯୋଗଦେଇ ଶାନ୍ତିଶୃଙ୍ଖଳାରେ ବନ୍ଦ ପାଳନ କରାଯାଉଛି । ସିନ୍ଧେକେଲା ବ୍ଲକ ତଥା ଏନ୍‌ଏସି ମାନ୍ୟତା ପାଇବା ପାଇଁ ସମସ୍ତ ପ୍ରକାର ଯୋଗ୍ୟତା ରହିଥିବା ବେଳେ ସରକାରୀ ସ୍ତରରେ ଏଥିପ୍ରତି ଧ୍ୟାନ ଦିଆଯାଇନାହିଁ । ବ୍ଲକ ତଥା ଏନ୍‌ଏସି ମାନ୍ୟତା ଘୋଷଣା ପାଇଁ ଆଗରୁ ମଧ୍ୟ ଗ୍ରାମବାସୀ ପକ୍ଷରୁ ଲିଖିତ ଆବେଦନ କରାଯାଇଛି । ହେଲେ କିଛି ଦିନ ତଳେ ରାଜ୍ୟରେ ୩୪ ଗୋଟି ଏନ୍‌ଏସି ଘୋଷିତ ତାଲିକାରେ ସିନ୍ଧେକେଲାକୁ ବାଦ ଦିଆଯାଇଛି । ତେଣୁ ଏହାର ପ୍ରତିବାଦରେ ବନ୍ଦ ଡାକରା ହିଁ ଶେଷ ଅସ୍ତ୍ର ବୋଲି ମତ ପ୍ରକାଶ ପାଇଥିଲା । ଏଣୁ ଆଜି ୨ ତାରିଖ ଶନିବାର ନାଗରିକ କମିଟି ୧୨ ଘଣ୍ଟିଆ ବନ୍ଦ ପାଳନ କରିବା ପାଇଁ ଡାକରା ଦେଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ବନ୍ଦ ପାଳନ କରାଯାଉଛି । ବନ୍ଦରେ ସ୍କୁଲ କଲେଜ ତଥା ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି ।

Leave A Reply

Your email address will not be published.

five × three =