pakka

ଚେନ୍ନାଇର ଚେଙ୍ଗାଲପାଟ୍ଟୁରେ ଭୟାବହ ଅଗ୍ନିକାଣ୍ଡ

bbehera

ଚେନ୍ନାଇ : ଚେନ୍ନାଇର ଚେଙ୍ଗାଲପାଟ୍ଟୁରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ୩ ଜଣ ପିଲା । ଗୁରୁବାର ବିଳମ୍ବିତ ରାତିରେ ଏକ ପରିବାରରେ ଏଲପିଜି ଲିକ୍ ହେବାରୁ ଅଗ୍ନିକାଣ୍ଡ ଘଟି ଛୋଟ ପିଲାଙ୍କ ସମେତ ତିନିଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଛୋଟ ପିଲାମାନଙ୍କର ମାଆ ଏହି ଅଗ୍ନିକାଣ୍ଡରେ ପ୍ରାୟ ୬୦ ପ୍ରତିଶତ ଜଳି ଯାଇଛନ୍ତି । ସେ ଗୁରୁତର ହୋଇ ଏବେ କିଲ୍‌ପକ୍‌ ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ବିହାରରୁ ଆସିଥିବା ଏହି ପରିବାର ଗତ ୬ ବର୍ଷ ହେବ ଚେଙ୍ଗଲପାଟ୍ଟୁରେ ରହୁଥିଲେ । ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି ।

Leave A Reply

Your email address will not be published.

eleven + 18 =