mahavir

ରିଜିଓନାଲ ଟାଇକଣ୍ଡୋରେ କେନ୍ଦ୍ରୀୟ ବିଦ୍ୟାଳୟର ନଅ ଜଣ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର ୫ର ନଅଜଣ ଛାତ୍ରଛାତ୍ରୀ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଜାତୀୟ ସ୍ତରୀୟ ଟାଇକଣ୍ଡୋ କୋଚ ତଥା ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସାଧାରଣ ସମ୍ପାଦକ ଅସୀମ କୁମାର ଭୋଇ ଏହି ନଅ ଜଣ ଛାତ୍ରଙ୍କୁ ପ୍ରଶିକ୍ଷଣ ଦେଇ ମନୋନୀତ କରିଥିବା ସ୍କୁଲ ତରଫରୁ ସୂଚନା ଦିଆଯାଇଛି । ଏଥିରେ ବାଳିକା ଖଋଗି (ଫାଇଟ) ବିଭାଗରେ ସ୍ନେହାରୀକା ସାଏ, ସ୍ନେହା ସାହୁ, ଆଦ୍ୟାଶା ବେହେରା, ରେଶ୍ମା ତ୍ରିପାଠୀ, ସ୍ନେହା ଆତ୍ମଜା ଦ୍ୱାରି, ଶ୍ରୀଷ୍ଟି ନାଗ, ପ୍ରକୃତି ପାଣିଗ୍ରାହୀ, ଆଦ୍ୟାଶା ମହାପାତ୍ର ଓ ବାଳକ ବିଭାଗରେ ସାଂକେତ ହୋତା ଭାଗ ନେବେ ବୋଲି ସୂଚନା ଦିଆଯାଇଛି । ଗାଇଡ ଶିକ୍ଷକ ରାଜଲକ୍ଷ୍ମୀ ମେହେରଙ୍କ ସଙ୍ଗେ ସମସ୍ତ ଛାତ୍ରୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ସ୍କୁଲ ଅଧ୍ୟକ୍ଷ ଗଣେଶ ପ୍ରଧାନ ଛାତ୍ରଛାତ୍ରୀଙ୍କ ସଫଳତା କାମନା କରିଛନ୍ତି ।

Leave A Reply

Your email address will not be published.