
- ୟୁ୧୯ରେ ତିନୋଟି ସ୍ୱର୍ଣ୍ଣ ସହ ଚମ୍ପିୟାନ
ବଲାଙ୍ଗିର, (କେପିଏନ୍ଏସ୍) : ଯୁନେକ୍ସ ସନରାଇଜର ପ୍ରୟୋଜନରେ ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘ ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ୟୁ-୧୫ ଓ ୟୁ- ୧୯ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ବଲାଙ୍ଗିରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କରିଛନ୍ତି । କଟକ ଠାରେ ଗତ ୧୭ ଏପ୍ରିଲରୁ ୧୯ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ବଲାଙ୍ଗିରର ଦିବ୍ୟମ କେଜ୍ରିୱାଲ ୟୁ -୧୯ରେ ଏକକ ବ୍ୟାଡ଼ମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଡବଲସରେ ଢେଙ୍କାନାଳର ଶୁଭ୍ରକେତନ ମଲ୍ଲିକଙ୍କ ସହିତ ଖେଳି ତଥା ମିକ୍ସଡ଼ରେ ରାୟଗଡାର ସ୍ୱବିଟି ପ୍ରିୟା ପ୍ରଧାନ ସହ ଖେଳି ସ୍ୱର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପୂର୍ବରୁ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳରେ ଅଂଶ ଗ୍ରହଣ କରି ବଲାଙ୍ଗିରର ଦିବ୍ୟମ ସୁନାମ ଅର୍ଜନ କରିଥିବାରୁ ଓ ଏବେ ୟୁ ୧୯ରେ ବିରଳ ସଫଳତା ଯୋଗୁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦିବ୍ୟମ ହେଉଛନ୍ତି ବଲାଙ୍ଗିରର ଜଣାଶୁଣା ବ୍ୟବସାୟୀ ଆଦିତ୍ୟ କେଜ୍ରିୱାଲଙ୍କ ପୁଅ ।