
ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସିବେ। ଏହି ଦିନିକିଆ ଗସ୍ତରେ ରାଷ୍ଟ୍ରପତି ରାଉରକେଲା ଠାରେ ଏକ ପ୍ଲାନେଟାରିୟମ ଓ ବିଜ୍ଞାନ କେନ୍ଦ୍ର ଏବଂ ନିର୍ମଳ ମୁଣ୍ଡା ପରିବେଶ ପଥକୁ ଉଦଘାଟନ କରିବେ । ସେ ଏକ ଜନସଭାରେ ମଧ୍ୟ ଉଦବୋଧନ ଦେବେ । ରାଷ୍ଟ୍ରପତି ରାଉରକେଲାଠାରେ ଏକ ଜନଜାତି ସଂଗ୍ରହାଳୟ ଏବଂ କମାଣ୍ଡ ଓ ନିୟନ୍ତ୍ରଣ କକ୍ଷକୁ ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।