ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଇପିୟୁ ପ୍ରାର୍ଥୀ ଭାବେ ମନୋନୀତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନ (ଆଇପିୟୁ)ରେ ଭାରତର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୧୭୮ ଦେଶକୁ ନେଇ ଗଠିତ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନର ୧୫ ଜଣିଆ ଟିମରେ ଗୋଟିଏ ପଦ ଖାଲି ରହିଛି । ଏଥିପାଇଁ ଭାରତ ତରଫରୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇଛି ।

ନିର୍ବାଚନରେ ଭାଗ ନେବା ପାଇଁ ଅକ୍ଟୋବର ୯ ତାରିଖରୁ ୯ ଦିନିଆ ଆଫ୍ରିକାର ଓ୍ବାଣ୍ଡା ଗସ୍ତରେ ଯିବେ ଅପରାଜିତା । ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନର ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଚସ୍ପତି ଓମ୍ ବିର୍ଲାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପରାଜିତା ।

Leave A Reply

Your email address will not be published.

13 − thirteen =

error: Content is protected !!