csstore

ନିର୍ମାଣାଧିନ ସିନାପାଲି ଶିବ ମନ୍ଦିର କମିଟି ଗଠିତ

ସିନାପାଲି, (ନିରାକାର ମେହେର) : ସିନାପାଲି ସହରର ଉଦନ୍ତୀ ନଦୀ କୂଳରେ ନିର୍ମାଣାଧିନ ଭବ୍ୟ ଶିବ ମନ୍ଦିରର ପରିଚାଳନା କମିଟି ଗଠନ କରାଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିବ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତରାନ୍ୱିତ କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ଗଠନ କରାଯାଇଥିବା ବେଳେ କମିଟିରେ ସଭାପତି ଭାବରେ ଶିକ୍ଷାବିତ୍ ଲମ୍ୱୋଦର ମେହେର, ଉପସଭାପତି ବିଘ୍ନରାଜ ମେହେର, ଅରିଗଞ୍ଜନ ଯୋଷୀ, ସୁବାଷ ଅଗ୍ରୱାଲ, ସଂପାଦକ ବୈଷ୍ଣବ ମେହେର, ସହସଂପାଦକ ଗଣେଶ ମେହେର, ନନ୍ଦକୁମାର ପାତ୍ର, ଅମିତ ଜୈନ, ହିରାଧର ମେହେର, କୋଷାଧ୍ୟକ୍ଷ ସନ୍ତୋଷ ମେହେର ଓ ସଂଯୋଜକ ଭାବରେ ଆଲୋକ ମେହେରଙ୍କ ମନୋନୀତ କରାଯାଇଛି । ସେହିଭଳି କମିଟିର କାର୍ଯ୍ୟକାରୀ ସଦସ୍ୟ ଭାବରେ ସୂରଜ ମେହେର, ହୀରାଲାଲ ଅଗ୍ରୱାଲ, ମନିଷ ପଟେଲ, ବୁଦ୍ଧଦେବ ମେହେର, ମୋହନ ଚରଣ ଦାସ, ରୋହିତ ମେହେର, ହେମନ୍ତ ମାଝୀ, ସିତାରାମ ମେହେର, କ୍ଷୀରସିନ୍ଧୁ ମେହେର, ରାମକୃଷ୍ଣ ମେହେର ରହିଛନ୍ତି । ନବଗଠିତ କମିଟିର ଉପଦେଷ୍ଟା ଭାବରେ ନୀଳମଣି ମେହେର, ବୈଶମ୍ପାୟନ ମେହେର, ଡମ୍ବରୁଧର ମେହେର, ନାରାୟଣ ପାତ୍ର, ଗଲାମଣି ସା, ଚିନ୍ତାମଣି ସାହୁ, ଶଶିଭୂଷଣ ମାଝୀ, ଚର୍ତୁଭୁଜ ମେହେର, ତୁଳସୀରାମ ମେହେର, ପ୍ରଦୀପ ଜୈନ, କେଶରୀ ମେହେର, ତପେଶ୍ୱର ମେହେର, ଦୁଷ୍ଟାନ୍ତର ମେହେର ପ୍ରମୁଖ ରହିଛନ୍ତି । ବୈଠକରେ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିବା ବେଳେ ଶେଷରେ ନିଳାଞ୍ଚଳ ମେହେର ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.