pakka

ମାନବ ସେବା ସଦନ ସଙ୍ଗଠନ ସମ୍ବର୍ଦ୍ଧିତ

bbehera

କଣ୍ଟାମାଳ, (କେପିଏନ୍‌ଏସ୍‌) : ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ିପାଲି ସ୍ଥିତ ସ୍ୱେଚ୍ଛାସେବି ସଂଗଠନ ମାନବ ସେବା ସଦନକୁ ବୁଢା ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବନ୍ଧପାଲିଠାରେ ଅନୁଷ୍ଠିତ ବରୁଲ ବୁଢା ମହୋତ୍ସବ ଦେଶବନ୍ଧୁ କୁଅଁର ଓ ଚିନ୍ତାମଣି କୁଅଁରଙ୍କ ତତ୍ତ୍ୱାବଧାନରେ ଲକ୍ଷ୍ମୀନାରାୟଣ କମିଟି ଓ ମିଳିତ ସାଂସ୍କୃତିକ ମଞ୍ଚ ଭୁରାଡ଼ ଆନୁକୂଲ୍ୟରେ ଏହି ମହୋତ୍ସବ ହୋଇଛି । ଏଥିରେ ସରପଞ୍ଚ କୁଶଲେଶ୍ୱର ପାଣ୍ଡେ ମୁଖ୍ୟଅତିଥି, ସମିତି ସଭ୍ୟ ରାମ ସାହୁ, ନାଏବ ସରପଞ୍ଚ ପଦ୍ମାବତୀ ରାଣା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉତ୍ସବରେ ମାନବ ସେବା ସଦନ ସଙ୍ଗଠନକୁ ମାନପତ୍ର ସମେତ ଉପସ୍ଥିିତ ସମସ୍ତ ସଦସ୍ୟଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ସଙ୍ଗଠନ ସଭାପତି ବଳରାମ ବାଘ, ସମ୍ପାଦକ ବଂଶୀଧର ମାଝି, ଉପଦେଷ୍ଟା ପ୍ରଭାତ ସାହୁ, ସଦସ୍ୟ ଜିତେନ୍ଦ୍ର ଭୋଇ, ଡେ଼ାଲାମଣୀ କବାଟ ପ୍ରମୁଖ ଉପସ୍ଥିତ ଥିଲେ । ଯୁବ କଳାକାର ରାଜିବ ଭୋଇ ଏବଂ ବରୁଲ ବୁଢା ମହୋତ୍ସବ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଲନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

five + 4 =

error: Content is protected !!