nursing

ବ୍ୟାପକ ଦେଶୀ ମହୁଲି ମଦ ଜବତ

p purohit

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନାର ଏସ୍ ପତ୍ରାପାଲି ଜଙ୍ଗଲ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ ହେଉଛି । ମଦ ବ୍ୟବସାୟ କରୁଥିବା ଲୋକମାନେ ଜଙ୍ଗଲକୁ ନିରାପଦ ସ୍ଥାନ ଭାବି ନାଳ, ଝରଣା ନିକଟରେ ମଦ ପ୍ରସ୍ତୁତ କରୁଛନ୍ତି । ଏହା ବନ୍ଦ କରାନଗଲେ ବିଷାକ୍ତ ମଦ ପିଇ ଲୋକମାନେ ମୄତ୍ୟୁ ବରଣ କରିବାର ସମ୍ଭାବନା ଅଛି । ଆଜି ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ୍ ଏକାଙ୍କର ନିର୍ଦ୍ଦେଶ କ୍ରମେ ଉଲୁଣ୍ଡା ବ୍ଳକର ଏସ୍‌ ପତ୍ରାପାଲି ଅଞ୍ଚଳର ଜଙ୍ଗଲରେ ଚଢ଼ାଉ କରି ସେଠାରେ ବ୍ୟାପକ ଭାବେ ଦେଶୀ ମହୁଲି ମଦ ଜବତ କରାଯାଇଛି । ଦେଶୀ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଉଲୁଣ୍ଡା ବ୍ଳକର ଏସ୍ ପତ୍ରାପାଲି ଜଙ୍ଗଲରେ ଚଢ଼ାଉ କରି ୮୦୦ ଲିଟର ପୋଚ ଜବତ କରିଥିବା ସହ ୧୦୦ କୁଇଣ୍ଟାଲ ମହୁଲ ନଷ୍ଟ କରିବା ସହିତ ୪୦ ଲିଟର ମଦ ନଷ୍ଟ କରାଯାଇଛି । ସେହିପରି ମଦ ରନ୍ଧା ଓ ରଖିବା ପାଇଁ ବ୍ୟବହୃତ ଆଲୁମିନିୟମ ହାଣ୍ଡି ଓ ପ୍ଲାଷ୍ଟିକ ଡ୍ରମଗୁଡିକ ଜବତ କରାଯାଇଛି । ସୁଧୀର ଯୋଯୋ ନାମକ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ସେଠାରେ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗର ଏଏସଆଇ ସବିତା ପଟ୍ଟନାୟକ, ବନମାଳୀ ରଣା, କୀର୍ତନ ନାୟକ, କନଷ୍ଟବଳ ପିଣ୍ଟୁ ସାହୁ ଓ ପୄଥୀରାଜ କହଁର ସାମିଲ ହୋଇଥିଲେ ।

upahar
Leave A Reply

Your email address will not be published.

5 + 2 =