
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଲାଖବିନ୍ଧା, ରାବଣ ପୋଡ଼ି ଓ ଭସାଣି ଉତ୍ସବ ସହ ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗାପୂଜା ଉଦଯାପିତ ହୋଇଯାଇଛି । ମୁରିବାହାଲ ବ୍ଲକର ସଦର ମହକୁମା, ଜମିଦାରପଡ଼ା, ଗୁଡିଘାଟ, ଚାନୁଟମାଲ, ଚଲକୀ, ଜାମୁଟ, ସାରସପଡ଼ା, ହଳଦୀ, ଘଣ୍ଟବାହାଲି, ତେନ୍ତୁଳିଖୁଣ୍ଟି, ଲେବଡ଼ା, ବଡ଼ଉଡ଼ାର, ବ୍ରାହ୍ମଣୀ ଓ ରଜାମରା ଗ୍ରାମରେ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜାଗୁଡ଼ିକ ଲାଖବିନ୍ଧା, ରାବଣ ପୋଡି ଓ ଭସାଣି ଉତ୍ସବ ସହ ଉଦଯାପିତ ହୋଇଯାଇଛି । ୫୫ତମ ମୁରିବାହାଲ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ ଲାଖବିନ୍ଧା କାର୍ଯ୍ୟକ୍ରମରେ ବସ୍ତିର କାହ୍ନୁ ସାହୁ ଲାଖ ବିନ୍ଧିଥିଲେ । ପୂଜା କର୍ତ୍ତା ଭାବେ ଅଗସ୍ତି ବଘାର, ପୂଜକ କୁଞ୍ଜବିହାରୀ ଯୋଶୀ ଓ ଅନ୍ୟମାନେ ଦାୟିତ୍ୱରେ ଥିଲେ । ଆୟୋଜକ ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ଅଜିତ କୁମାର ତରିଆ, ଉପସଭାପତି ଅବିନାଶ ଭୋଇ, ସମ୍ପାଦକ ସଞ୍ଜୟ ବାଗ, କୋଷାଧ୍ୟକ୍ଷ ପ୍ରଶାନ୍ତ ମାହାର, ସହସମ୍ପାଦକ ଜିତେଶ ସେଠ୍ ଓ ଲଳିତ କୁମାର ବଘାର ପ୍ରମୁଖ ସହଯୋଗ କରିଥିଲେ । ସେହିପରି ମୁରିବାହାଲ ଜମିଦାରପଡ଼ା (ଭୋଇପଡ଼ା)ରେ ଅନୁଷ୍ଠିତ ୨୭ତମ ଦୁର୍ଗାପୂଜାରେ ବିଷ୍ଣୁପ୍ରସାଦ ଭୋଇ ଓ ପତ୍ନୀ ଶଲ୍ୟସୂତା ଭୋଇ କର୍ତ୍ତା, କାଶୀନାଥ ଦାସ ପୂଜକ ଥିବା ବେଳେ କମିଟି ସଭାପତି ଅନୀଲ ଭୋଇ, ଉପସଭାପତି ଗୋବିନ୍ଦ ଭୋଇ, ସମ୍ପାଦକ ଦୁର୍ବାଦଳ ଭୋଇ, ସହସମ୍ପାଦକ ପିଙ୍କୁ ଭୋଇ, କୋଷାଧ୍ୟକ୍ଷ ଭାବେ ରିକ୍ତମ୍ ଭୋଇ ଓ ଦେବାର୍ଚ୍ଚନ ଭୋଇ ଦାୟିତ୍ୱ ନିର୍ବାହ କରୁଥିଲେ । ଗୁଡିଘାଟରେ ଅନୁଷ୍ଠିତ ଦୁର୍ଗାପୂଜାରେ ନିରଞ୍ଜନ ସାହୁ ଓ ପତ୍ନୀ ଡାଳିମ୍ବ ସାହୁ ପୂଜାକର୍ତ୍ତା, ପ୍ରଦ୍ୟୁମ୍ନ ଖମାରୀ ଓ ପ୍ରସନ୍ନ ଖମାରୀ ପୂଜକ ଦାୟିତ୍ୱରେ ଥିଲେ । ପୂଜା କମିଟି ସଭାପତି ଦେବବ୍ରତ ବିଶି, ସାଧାରଣ ସମ୍ପାଦକ ମନୋଜ ସାହୁ, କୋଷାଧ୍ୟକ୍ଷ ଆରିୟନ ସିଂ ମାଝୀ, ଉପସଭାପତି ମକୁନ୍ଦ ବଗର୍ତ୍ତୀ, ସହସମ୍ପାଦକ ଉମେଶ ସେଠ ଦାୟିତ୍ୱରେ ଥିଲେ । ବଡ଼ଉଡ଼ାର ଗ୍ରାମରେ ଅନୁଷ୍ଠିତ ପୂଜାରେ ଧୁବଳେଶ୍ୱର ଲୁହା ଓ ପତ୍ନୀ ମୀନା ଲୁହା କର୍ତ୍ତା, ରବିନ୍ଦ୍ର ପାଣିଗ୍ରାହୀ ଓ ଦୁଃଖିଶ୍ୟାମ ନାୟକ ପୂଜକ ରୂପେ ଥିଲେ । ଚଲକୀ ଗ୍ରାମରେ ଅନୁଷ୍ଠିତ ପୂଜାରେ ରାଜେନ୍ଦ୍ର ଭୋଇ ଓ ପତ୍ନୀ କେଶରୀ ଭୋଇ କର୍ତ୍ତା, ନନ୍ଦିକିଶୋର ପାଢ଼ୀ ଓ କାର୍ତ୍ତିକ ଠାକୁର ପୂଜକ ରୂପେ ଥିଲେ । ହଳଦୀ ଦୁର୍ଗାପୂଜାରେ ଟୁନାମଣି ମହାନନ୍ଦ ଓ ପତ୍ନୀ ମାନସୀ ମହାନନ୍ଦ କର୍ତ୍ତା, ଆଦିକନ୍ଦ ଖମାରୀ ପୂଜକ ରୂପେ ଦାୟିତ୍ୱରେ ଥିଲେ । ସେହିପରି ତେନ୍ତୁଳିଖୁଣ୍ଟିରେ ଅନୁଷ୍ଠିତ ପୂଜାରେ ଦୁଃଖିଶ୍ୟାମ ବେହେରା ଓ ପତ୍ନୀ ଝରଣା ବେହେରା କର୍ତ୍ତା, କାଳିନ୍ଦୀ ପାଣିଗ୍ରାହୀ ପୂଜକ ଥିବାବେଳେ ଆୟୋଜକ କମିଟି ସଭାପତି କୈବଲ୍ୟ ବେହେରା, ସମ୍ପାଦକ ସୌରଭ ବେହେରା, ଅନଙ୍ଗ ବେହେରା, ଗନ୍ଧର୍ବ ବେହେରା, ଭୂତେଶ୍ୱର ବେହେରା, ପୃଥ୍ୱୀରାଜ ବେହେରା, ବଲ୍ଲଭ ବେହେରା, ଉଦୟ ବେହେରା ଓ ଗ୍ରାମବାସୀ ସହଯୋଗ କରୁଥିଲେ । ଲେବଡ଼ାରେ ଅନୁଷ୍ଠିତ ପୂଜାରେ ଚନ୍ଦ୍ରମଣି ସାହୁ ଓ ପତ୍ନୀ ଅନୂସୁୟା ସାହୁ କର୍ତ୍ତା, ସୁଦର୍ଶନ ପାଢ଼ୀ ପୂଜକ ଥିବା ବେଳେ ଲେବଡ଼ାର ଅନ୍ୟ ଏକ ସ୍ଥାନରେ ମଧ୍ୟ ପୂଜା ଅନୁଷ୍ଠିତ ହୋଇଯାଇଛି । ରଜାମରା ମା’ ବସ୍ତ୍ରେନ୍ କ୍ଲବ ପକ୍ଷରୁ ମଧ୍ୟ ଶାରଦୀୟ ଦଶହରା ପର୍ବ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା । ପୂଜା ମଣ୍ଡପଗୁଡିକୁ ବିଭିନ୍ନ ନେତୃସ୍ଥାନୀୟ ବ୍ୟକ୍ତିମାନେ ଦର୍ଶନ କରି ଆଶିଷ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା ପରେ ପ୍ରତି ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଶେଷରେ ଲାଖବିନ୍ଧା, ରାବଣ ପୋଡ଼ି ଓ ବିସର୍ଜନ ସହ ଚଳିତ ବର୍ଷର ଶାରଦୀୟ ଦଶହରା ମହୋତ୍ସବ ଉଦଯାପିତ ହୋଇଯାଇଛି ।