ଦଶହରାରେ ରିଲିଜ ହେବ କୋଶଲି କ୍ଷୁଦ୍ର ଚଳଚିତ୍ର ‘ଛି’

ବୌଦ୍ଧ, (ବଂଶୀଧର ମାଝୀ) : ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ବାଟବଣା ମଣିଷର କଥାବସ୍ତୁ ଉପରେ ଆଧାରିତ କୋଶଲି ଭାଷାର ଏକ କ୍ଷୁଦ୍ର ଚଳଚିତ୍ର ‘ଛି’ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦେଢେଣମାଳ ଗ୍ରାମର ଆଖପାଖରେ ୨ଦିନ ଧରି ସୁଟିଂ ଶେଷ ହୋଇଛି । ଆର.ଡି ପ୍ରେଜେଣ୍ଟ ବ୍ୟାନରରେ ନିର୍ମିତ ଏହି ୨ୟ ଚଳଚିତ୍ରର ପ୍ରଡ୍ୟୁସର ଅଛନ୍ତି ଦେଶବନ୍ଧୁ । ନାଟ୍ୟକାର କମଳ ଭୁଏ ଏହାର ରଚନା କରିଥିବା ବେଳେ ଚିତ୍ରନାଟ୍ୟ, ସଂଗୀତ ଓ ନିର୍ଦ୍ଦେଶନା ଦେଇଛନ୍ତି ବିମଳ ଭୁଏ । ଅସାର ଜଣେ ନିଃସ୍ୱ ଯୁବକ ସେ କିପରି ବିନା ପରିଶ୍ରମରେ ଓ ସହଜରେ ଜୀବନକୁ ମଉଜ ମସ୍ତିରେ ବିତାଇ ଦେବ ଏବଂ ସପନରେ କେବଳ ବିଭୋର ହେବ । କିନ୍ତୁ ବାସ୍ତବ ଜୀବନ ଯେ ଏହାର ଠିକ ଓଲଟା । ସତ୍ୟ ସୁନ୍ଦର ଜୀବନ କାହାଣୀରେ ଅସାର ନିଜକୁ ଖାପ ଖୁଆଇ ପାରୁନାହିଁ ଫଳରେ ସେ ପରିବାର ପାଖରୁ ନିରାଶ ହୋଇଛି । ପରିବାର ତାକୁ ତାର ସପନକୁ ଦେଇପାରି ନାହିଁ । ଯଦ୍ୱାରା ସେ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ନିଜର ଏକମାତ୍ର ପୁଅକୁ ଟେକି ଦେବାରେ ପଛେଇ ନାହି । କ୍ରମେ ସୌଭାଗ୍ୟ ବଶତଃ ତା ପୁଅ ଖୁସି ବଞ୍ଚିଛି ଓ ସମାଜସେବୀ ଶ୍ରୀପଦ ବାବୁ ସମାଜକୁ ଏକ ସଚେତନ ବାର୍ତ୍ତା ଦେବାପାଇଁ ଓ ଅସାରକୁ ଖରାପ ପଥରୁ ଫେରାଇ ଅଣିବାକୁ ଯାଇ ଅଖିଖୋଲି ଦେଇଛନ୍ତି । ବାସ୍ତବରେ ବ୍ୟକ୍ତିର ଅମଣିଷ ପଣିଆକୁ ଛିଃ କରିଦେବା ହିଁ ଏହି ଚଳତିତ୍ରର ମୁଳକଥା ବସ୍ତୁ । କାହାଣୀର ବିଭିନ୍ନ ଭୁମିକାରେ ରାଜିବ ଭୁଏ, ହେମନ୍ତ ଗଡତିଆ, ଡୋଲାମଣି ସାହୁ, କରୁଣାକର ଘଟୁଆଳ, ସୁଶ୍ରୀ ସ୍ମୃତିମୟୀ ଜାନି, ସ୍ବାଗତିକା, ବବିତା, ପ୍ରେମ, ଶଙ୍କିତ, ଶାନ୍ତନୁ ପ୍ରମୁଖ ସୋନପୁର ଓ ବୌଦ୍ଧ ଜିଲ୍ଲାର କଳାକାର ଅଭିନୟ କରିଛନ୍ତି । କ୍ୟାମେରାମ୍ୟାନ ଚୁଲବୁଲ ମୁନ୍ନା ଚିତ୍ରୋର୍ତ୍ତଳନ କରିଛନ୍ତି । ଚଳଚିତ୍ରଟି ଖୁବ ମନୋରଂଜନଧର୍ମୀ ହୋଇଥିବା ବେଳେ ଦଶହରାରେ ଏହା ବଲାଙ୍ଗିର ର ମ୍ୟୁଜିକ ମିଡିଆ ଚେନାଲରେ ରିଲିଜ ହେବ ବୋଲି ପ୍ରୟୋଜକ କହିଛନ୍ତି ।

Leave A Reply

Your email address will not be published.