ସଂକ୍ରମଣ ଆଶଙ୍କା କରି ରାସ୍ତା ଅବରୋଧ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ଅଞ୍ଚଳରେ କେତେକ କରୋନା ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । କିନ୍ତୁ ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନେ ହୋମ୍ କ୍ୱାରେଣ୍ଟାଇନରେ ନରହି ଏଣେ ତେଣେ ବୁଲୁଥିବା ଅଭିଯୋଗ କରିଛନ୍ତି କଣ୍ଟିସର ଗ୍ରାମବାସୀ କ୍ଷ ତଳଗାଁ ଗ୍ରାମର କିଛି କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତି ବାଇକ ଧରି କଣ୍ଟିସର୍ ଗ୍ରାମକୁ ଆସୁଥିବା ହେତୁ ଗ୍ରାମବାସୀ ସଂକ୍ରମଣ ଆଶଙ୍କାରେ ଭୟଭୀତ ହୋଇ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଥିବା ଜଣାଯାଇଛି ।

jittmm
Leave A Reply

Your email address will not be published.